Prisoners Ill at Jharapada Jail / ଝାରପଡ଼ା ଜେଲ୍ରେ କଏଦୀ ଅସୁସ୍ଥ ଘଟଣା.: ଜେଲ୍ ହସ୍ପିଟାଲର ମେଡିସିନ୍ ଖାଇ କଏଦୀ ଅସୁସ୍ଥ ସୁଚନା
·2 months ago·2 min read

Key Points
ଝାରପଡ଼ା ଜେଲ୍ରେ ୫ କଏଦୀ ଅସୁସ୍ଥ ଘଟଣା
ଜେଲ ଭିତର ହସ୍ପିଟାଲରୁ କିଛି ମେଡିସିନ୍ ଖାଇବା ପରେ ଅସୁସ୍ଥ
ମାଓବାଦୀ ରୁପୁ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା
ଭୁବନେଶ୍ବର ଏମ୍ସ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ରୁପୁ

ଭୁବନେଶ୍ବର, ୨୪/୦୬: ଝାରପଡ଼ା ଜେଲ୍ରେ ୫ କଏଦୀ ଅସୁସ୍ଥ ଘଟଣାରେ ଆସିଲା ବଡ଼ ସୂଚନା । ଜେଲ ଭିତର ହସ୍ପିଟାଲରୁ କିଛି ମେଡିସିନ୍ ଖାଇବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା ସୂଚନା ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଭୁବନେଶ୍ବର ଏମ୍ସ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ମାଓବାଦୀ ରୁପୁ ସିଂ । ସେ ଜଣେ ମାଓବାଦୀ, ରାଉରକେଲା ରେଲୱେ ଲାଇନ ବ୍ଲାଷ୍ଟରେ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା ଏନଆଇଏ। ରୁପୁ ସିଂ ମିଶାଇ ଜେଲ ପରିସରର ହସ୍ପିଟାଲରେ ଭର୍ତି ହୋଇଥିବା ଆଉ ଦୁଇ କଏଦୀ ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଏବେ ବି ଆଉ ୩ ଜଣ ଥିବା ବେଳେ ଏମ୍ସରେ ଆଉ ଜଣଙ୍କର ଚାଲିଛି ଚିକିତ୍ସା।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣରେ ଏମାନେ ସମସ୍ତେ କାରାଗାର କ୍ୟାଣ୍ଟିନ୍ରୁ ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ। ଏହାପରଠୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ବାରେ ଲାଗିଥିଲା । କିଛି ଜଣଙ୍କ ପାଟିରୁ ଫେଣ ବାହରିଥିଲା । ଏହା ଦେଖି ଜେଲ୍ ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀଙ୍କ ହୋସ୍ ଉଡି଼ଯାଇଥିଲା । ସେମାନଙ୍କୁ ପ୍ରଥମେ କାରାଗାର ଭିତରେ ଥିବା ହସ୍ପିଟାଲକୁ ନିଆଗଲା । କିଛି ସମୟ ଧରି ପ୍ରାଥମିକ ଚିକିତ୍ସା ଚାଲିଲା । କିନ୍ତୁ କାହାରି ସ୍ଥିତିରେ ସୁଧାର ଆସିଲାନି । ଏହାପରେ ଜେଲ୍ ପରିସରରେ ଭୟର ବାତାବରଣ ଖେଳିଗଲା । ସନ୍ଧ୍ୟା ୫ଟାରେ ୫ଜଣ କଏଦୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେମାନେ ହେଲେ, ସାଜିଦ୍ ଖାନ୍, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଥଳ, ବାବୁଲା ପ୍ରଧାନ, ରୁପୁ ସିଂ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଆହୁରି ସଙ୍ଗୀନ ହୋଇଥିଲା । ୩ ଜଣଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ବେଡ୍ ନ ଥିବାରୁ ଅନ୍ୟ ୨ଜଣଙ୍କୁ ତୁରନ୍ତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଆଜି ପୁଣି ପୁରୁଷ ବନ୍ଧୁ ଭୀମସେନଙ୍କୁ ଜେରା, ଉଭୟଙ୍କ ଚାଟିଂ ସମ୍ପର୍କରେ ହେବ ଜେରା
ରୁପୁ ହେଉଛି ଜଣେ ହାର୍ଡକୋର୍ ମାଓବାଦୀ। ଗତବର୍ଷ ଅଗଷ୍ଟରେ ଓଡି଼ଶା-ଝାଡ଼ଖଣ୍ଡ ସୀମାନ୍ତ କେ. ବଳାଙ୍ଗ ଥାନା ଅଧୀନ ବିମଳଗଡ଼ ଅଞ୍ଚଳ ଦେଇ ଯାଇଥିବା ରେଳଲାଇନ୍ରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ରେଳ କର୍ମଚାରୀ ଅତୁଆ ଓରାମଙ୍କ ମୃତ୍ୟୁ ଘଟିଥିଲା। ବୁଧରାମ ମୁଣ୍ଡା ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସେପ୍ଟେମ୍ବର ୯ରେ ରୁପୁକୁ ଗିରଫ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାପିଟାଲ ହସ୍ପିଟାଲରେ ରୁପୁ ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ପହରା ଦିଆଯାଇଛି। ଖୋଦ୍ ଡିସିପି ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ରାତି ୯ଟାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ପ୍ରାୟ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଇସିୟୁ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯାଇଛି। ହସ୍ପିଟାଲ ପ୍ରବେଶ ପଥରେ ମଧ୍ୟ ପ୍ରତିଟି ଗାଡିକୁ ଯାଞ୍ଚ କରାଯାଉଛି।
Related Topics
Explore more stories