HIV Positive In Choudwar Jail / ଚୌଦ୍ବାର ଜେଲରେ HIV ଆତଙ୍କ, ୫ କଏଦୀ ପଜିଟିଭ ଚିହ୍ନଟ
·2 months ago·2 min read

Key Points
ଚୌଦ୍ବାର ଜେଲରେ HIV ଆତଙ୍କ
୫ କଏଦୀ HIV ପଜିଟିଭ ଚିହ୍ନଟ
ସ୍ୱତନ୍ତ୍ର ୱାର୍ଡରେ କରାଯାଉଛି ଚିକିତ୍ସା
କାରାଗାର ଅଧୀକ୍ଷକ ସୁଜିତ ରାଉଳଙ୍କ ସୂଚନା
୫ କଏଦୀ HIV ପଜିଟିଭ ଚିହ୍ନଟ
ସ୍ୱତନ୍ତ୍ର ୱାର୍ଡରେ କରାଯାଉଛି ଚିକିତ୍ସା
କାରାଗାର ଅଧୀକ୍ଷକ ସୁଜିତ ରାଉଳଙ୍କ ସୂଚନା
କଟକ,୦୩/୦୭: ଭୁବନେଶ୍ବରର ଝାରପଡ଼ା ଜେଲ ପରେ ଏବେ ଚୌଦ୍ବାର ଜେଲରେ HIV ଆତଙ୍କ। କଟକ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ବିଚାରାଧୀନ କଏଦୀ। ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାଉଳ କହିଛନ୍ତି, ସେମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।
ସେପଟେ ଭୁବନେଶ୍ବର, ଝାରପଡା ଜେଲରେ HIV ଆତଙ୍କ। ଝାରପଡା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି । କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ HIV ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି । ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ HIV ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।
ପଢନ୍ତୁ ଏହି ଖବର: ଅପରାଧୀଙ୍କ ସହ ଜେଲ ଓ୍ବାର୍ଡର ମଦ ପିଇ ବୁଲିବା ଭିଡ଼ିଓ ଭାଇରାଲ
ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଏଚ୍ଆଇଭି ପଜିଟିଭ ସଂଖ୍ୟା ବଢ଼ିବା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ଏନ୍ଡିପିଏସ୍ ମାମଲାରେ ଗିରଫ ହୋଇଥିବା ୩ଜଣ, ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ, ଏନ୍ଆଇଏ ଗିରଫ କରିଥିବା ଜଣେ ଅଭିଯୁକ୍ତ, ଚୋରି ଓ ଡକାୟତି ମାମଲର ୨ଜଣଙ୍କୁ ମିଶାଇ ୭ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ସଂଖ୍ୟା ୮ରେ ପହଞ୍ଚିଛି। ଦୁଇଦିନ ତଳେ ନାବାଳିକା ଦୁଷ୍କର୍ମ ମାମଲାରେ ମହିଳା ଥାନା ପୁଲିସ ଗିରଫ କରିଥିବା କୋଚିଂ ସେଣ୍ଟର୍ର ଜଣେ ଶିକ୍ଷକଙ୍କୁ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ଜେଲ୍ କର୍ତ୍ତୃପକ୍ଷ ଭୁବନେଶ୍ବର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶିକ୍ଷକ ଜଣଙ୍କ ମଞ୍ଚେଶ୍ଵର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର୍ରେ ଜଣେ ନାବାଳିକାଙ୍କୁ ପାଠ ପଢ଼ାଇବା ଆଳରେ ଏକ କୋଠରିକୁ ଡାକିଥିଲେ ପରେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହାପ ବ୍ଲାକ୍ମେଲିଂ କରି ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତେବେ ତାଙ୍କର ଡାକ୍ତରୀ ପରୀକ୍ଷା ସମୟରେ ସେ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏନେଇ ଜେଲ୍ ଅଧ୍ୟକ୍ଷ ସର୍ବେଶ୍ବର ସାହୁ କହିଛନ୍ତି, ଏଭଳି କ୍ଷେତ୍ରରେ ଆମେ ଘଟଣାକୁ ଅତି ଗୁରୁତ୍ବର ସହ ନେଇଥାଉ। ପୂର୍ବରୁ ମଧ୍ୟ ଜେଲ୍ରେ ଏଚ୍ଆଇଭି ପଜିଟିଭ୍ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ସେଲ୍ର ବ୍ୟବସ୍ଥା ରହିଛି। ସରକାରୀ ଗାଇଡ୍ଲାଇନ ଅନୁସାରେ ସେମାନଙ୍କ ରୀତିମତ ଚିକିତ୍ସା ଚାଲିଛି।

Related Topics
Explore more stories