Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅପରାଧୀଙ୍କ ସହ ଜେଲ ଓ୍ବାର୍ଡର ମଦ ପିଇ ବୁଲିବା ଭିଡ଼ିଓ ଭାଇରାଲ

Odisha

Jail Warden Viral Video / ଅପରାଧୀଙ୍କ ସହ ଜେଲ ଓ୍ବାର୍ଡର ମଦ ପିଇ ବୁଲିବା ଭିଡ଼ିଓ ଭାଇରାଲ

Bikash Mohanty
Browse all articles by Bikash Mohanty
·1 hour ago·3 min read
ଅପରାଧୀଙ୍କ ସହ ଜେଲ ଓ୍ବାର୍ଡର ମଦ ପିଇ ବୁଲିବା ଭିଡ଼ିଓ ଭାଇରାଲ
Redhakhol Jail

Key Points

ଜେଲ୍ ଓ୍ବାର୍ଡର- ଅପରାଧୀ ଭିଡ଼ିଓ ଭାଇରଲ
ଜେଲ ୱାର୍ଡର ଦିଲୀପ ଦାସ- ଅପରାଧୀଙ୍କ ଭିଡିଓ ଭାଇରାଲ
ରେଢାଖୋଲର ଘଟଣା 


ରେଢ଼ାଖୋଲ,୦୨/୦୭: ରେଢ଼ାଖୋଲ ଜେଲ ୱାର୍ଡର ଦିଲୀପ ଦାସ ଜେଲ ଭିତରେ ଥିବା ବିଭିନ୍ନ ଅଭିଯୁକ୍ତ ଓ ଅପରାଧୀ ମାନଙ୍କ ସହ ମଦ ପିଇ ବୁଲୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି l ଜେଲ ଭିତରେ ଥିବା ଅଖିଲାନନ୍ଦ ମିଶ୍ର, ସୁନୀଲ ଶଙ୍କର ଓ ମଣ୍ଟୁ ପୁରୋହିତ ଙ୍କ ସହ ଜେଲ ଭିତରେ ସୁସମ୍ପର୍କ ରଖିଥିଲେ। ଜେଲ ଭିତରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳୁଥିଲା l ଯାହା ଫଳରେ ଉକ୍ତ ଅପରାଧୀ ମାନେ ଜାମିନରେ ଜେଲରୁ ବାହାରିବା ପରେ ୱାର୍ଡର ଦିଲୀପ ଦାସ ତାଙ୍କ ସାଙ୍ଗରେ ମଦ ପିଇ ରାସ୍ତା ରେ ବୁଲୁଥିବା ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି l ଅଭିଯୁକ୍ତ ଅଖିଲାନନ୍ଦ ମିଶ୍ର ଓ ସୁନୀଲ ଶଙ୍କର ଗଂଜେଇ ଚୋରା ଚାଲାଣ ବେଳେ ଜେଲ ରେ ଥିବା ବେଳେ ମଣ୍ଟୁ ପୁରୋହିତ ମରଣାନ୍ତକ ଆକ୍ରମଣ ମାମଲାରେ ରେଢ଼ାଖୋଲ ଜେଲ ରେ ଅଭିଯୁକ୍ତ ଭାବରେ ଥିଲେ l ଏହି ଘଟଣାରେ ରେଢ଼ାଖୋଲ ଜେଲ ଅଧିକାରୀ ଜେଲ ଭିତରେ ସୁବିଧା ମିଳୁଥିବା କଥାକୁ ଖଣ୍ଡନ କରିଥିବା ବେଳେ ମଦ ପିଇ ବୁଲିବା ଘଟଣା ବିଷୟରେ ମୁଁ ଅବଗତ ନାହିଁ ବୋଲି କହିଛନ୍ତି।

ରେଢ଼ାଖୋଲ ଉପକାରାଗାରରେ ଦୁର୍ଦାନ୍ତ ଅପରାଧୀଙ୍କୁ ରାଜକୀୟ ସେବା, ପଇଡ଼ ଭିତରେ ମଦ ଯୋଗାଣ। , ଜେଲ୍ ଭିତରୁ ମୋବାଇଲ୍‌ରେ ଦାଦାବଟି ସାମ୍ରାଜ୍ୟ । ପ୍ରାକ୍ତନ ଜେଲର୍ ଓ ମୁଖ୍ୟ ୱାର୍ଡରଙ୍କ ବିରୋଧରେ ଏତଲା । ଚାଲିଥିବା ଏକ ସାଙ୍ଘାତିକ ସିଣ୍ଡିକେଟ୍‌ର ରହସ୍ୟ ଉନ୍ମୋଚନ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବେଖାତିର କରି ବାହାର ରାଜ୍ୟର ଦୁର୍ଦାନ୍ତ ଅପରାଧୀଙ୍କୁ କେତେକ ଉଚ୍ଚପଦସ୍ଥ ଜେଲ୍ କର୍ମଚାରୀ ସମସ୍ତ ପ୍ରକାର ବେଆଇନ ସୁବିଧା ସୁଯୋଗ ଯୋଗାଇ ଦେଉ ଥିବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି । ବ୍ୟାଙ୍କଲୁଟ, ସଶସ୍ତ୍ର ଡକାୟତି ଭଳି ବହୁ ସଙ୍ଗୀନ ମାମଲା ଥିବା ବିହାର ରାଜ୍ୟର ଦୁର୍ଦାନ୍ତ ଅପରାଧୀଙ୍କୁ ଏଭଳି ସୁବିଧା ସୁଯୋଗ ମିଳୁଥିଲା ।

ଜେଲ୍ ଭିତରେ ସେମାନଙ୍କୁ ସୁରକ୍ଷା ଓ ଅତିରିକ୍ତ ବେଆଇନ ସୁବିଧା ଦେବା ଘଟଣାରେ ତତ୍‌କାଳୀନ ଜେଲର୍ ଉପେନ୍ଦ୍ର ଜେନା ଏବଂ ମୁଖ୍ୟୱାର୍ଡର ଦିଲ୍ଲୀପ କୁମାର ଦାସ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ମିଳିଥିବା ଗୁପ୍ତ ଦସ୍ତାବିଜ ଓ ତଥ୍ୟକୁ ଆଧାର କରି କଟକର ମାନବାଧିକାର କର୍ମୀ ଡଃ ସୁନୀଲ କୁମାର ରଥ ଏହି ସାଂଘାତିକ କାରବାର ବିଷୟରେ ଓଡ଼ିଶା ପୋଲିସର ସିଟିଜେନ୍ ପୋର୍ଟାଲ୍ ମାଧ୍ୟମରେ ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ମୁଖ୍ୟୱାର୍ଡର ଜେଲ୍ ଭିତରେ ଅପରାଧୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ କରୁଥିବା ଡିଲ୍‌ର କିଛି ଅଡିଓ କ୍ଲିପ୍ ରହିଥିବା ଶ୍ରୀ ରଥ କହିଛନ୍ତି । ଏପରିକି ଏହି ୨ ସରକାରୀ ଅଧିକାରୀ ଅପରାଧୀଙ୍କ ଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ସୁନା ଆଦାୟ କରିଥିଲେ । ଏହି ୨ ଦୁର୍ଦାନ୍ତ ଅପରାଧୀଙ୍କ ପାଇଁ ବାହାରୁ ପଇଡ଼ ଭିତରେ ମଦ ପୂରାଇ ଜେଲ୍ ଭିତରକୁ ଯୋଗାଣ ହେଉଥିଲା । ଏପରିକି ଏମାନେ ଜେଲ୍ ଭିତରେ ଥାଇ ମଧ୍ୟ ଯେପରି ବାହାରେ ନିଜ ଅପରାଧ ସାମ୍ରାଜ୍ୟ ଚଳାଇ ପାରିବେ ଏବଂ ବ୍ୟବସାୟୀଙ୍କ ଠାରୁ ସହଜରେ ଦାଦାବଟି ଆଦାୟ କରିପାରିବେ, ସେଥିପାଇଁ ଏହି ୨ ଜେଲ ଅଧିକାରୀ ସେମାନଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଦେଉଥିଲେ ।

ପଢନ୍ତୁ ଏହି ଖବର:  ଝାରପଡା ଜେଲରେ ବଢୁଛି ଏଚଆଇଭି ଆତଙ୍କ,୮ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ !

ଏହି ସଙ୍ଗିନ ଅଭିଯୋଗ ନେଇ ରେଢ଼ାଖୋଲ ଥାନାଧିକାରୀ ସନୟ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଅନଲାଇନ ମାଧ୍ୟମରେ ଅଭିଯୋଗ ଆସିଥିବା ସ୍ଵୀକାର କରିଛନ୍ତି । ତେବେ ଏହି ଘଟଣାଟି ଜେଲ କର୍ମଚାରୀଙ୍କ ବିଭାଗୀୟ ମାମଲା । ସେଥି ପାଇଁ ସେମାନଙ୍କ ସ୍ଵତନ୍ତ୍ର ବିଭାଗୀୟ ଅଧିକାରୀ ଅଛନ୍ତି । ସେମାନେ ପ୍ରାଥମିକ ତଦନ୍ତ କରି ଆମକୁ ନିର୍ଦ୍ଦେଶ କିମ୍ବା ଅନୁମତି ଦେଲେ ଯାଇ ପୁଲିସ ଏହାର ତଦନ୍ତ କରି ପାରିବ ବୋଲି ପ୍ରକାଶ କରିଛନ୍ତି ।

ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇ ଥିବା ଅଡିଓ ପ୍ରସଙ୍ଗରେ ସେ କହିଥିଲେ, ଏହା ୩୦୭ ଦଫାରେ ମାମଲା ରୁଜୁ ହୋଇଥିବା ଜଣେ ଫେରାର ଯୁବକଙ୍କ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ରେଢ଼ାଖୋଲ ଉପକାରାଗାର ନିରୀକ୍ଷକ ଲକ୍ଷ୍ମୀଧର ମୁର୍ମୁଙ୍କୁ ପଚାରିବାରୁ ଏହା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ମାମଲା । ଏଭଳି କୌଣସି ଘଟଣା ମୋ ନଜରକୁ ଆସିନାହିଁ । ତଥାପି ମୁଖ୍ୟୱାର୍ଡର୍‌ ଶ୍ରୀ ଦାସଙ୍କୁ ଏନେଇ ତାଗିଦ୍ କରା ଯାଇ ଥିବା ସେ କହିଛନ୍ତି।

ପ୍ରଘଟ ହୋଇଥିବା ଅଡିଓ କ୍ଲିପ୍ ବାବଦରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଅବଗତ ଥିବେ, ଉପରୁ ନିର୍ଦ୍ଦେଶ ଆସିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଅପରପକ୍ଷେ ଜେଲ୍ କର୍ମଚାରୀ ଓ ଦୁର୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଭଳି ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଜେଲ୍‌ର ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored