Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରୁ ହଟିବ ସବୁ ରାଜନୈତିକ ଦଳର ହୋର୍ଡିଂ

Ritu Das
Browse all articles by Ritu Das
·2 years ago·1 min read
ଭୁବନେଶ୍ବରରୁ ହଟିବ ସବୁ ରାଜନୈତିକ ଦଳର ହୋର୍ଡିଂ

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ କାନ୍ଥ, ବାଡ଼ ଠାରୁ ଆରମ୍ଭ କରି ପ୍ରମୁଖ ଛକର ହୋଡିଂ ରେ ରାଜନୈତିକ ଦଳ ଏବଂ ନେତା ଙ୍କ ବ୍ୟାନର ପୋଷ୍ଟର ଲଗାଇବାକୁ ନେଇ ଅନେକ ଛକାପଞ୍ଝା ଦେଖିବାକୁ ମିଳେ। ହେଲେ ଏବେ ସେଥିରେ ରୋକ ଲଗାଇଛନ୍ତି ନିର୍ବାଚନ ଆୟୋଗ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ଠାରୁ ରାଜଧାନୀ ଭୁବନେଶ୍ୱରରେ ପୋଷ୍ଟର ଓ ବ୍ୟାନର ହଟାଇବାକୁ ନିର୍ବାଚନ ଆୟୋଗ BMCକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ସବୁ କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ଗାଇଡ ଲାଇନ ଅନୁସାରେ କରାଯାଉଛି ଏବଂ ସମସ୍ତ ରାଜନୈତିକ ଦଳ ମଧ୍ୟ ଏଥି ପ୍ରତି ଅବଗତ ଅଛନ୍ତି ଓ ସହଯୋଗ କରୁଛନ୍ତି ବୋଲି କହିଛନ୍ତି BMC କମିଶନର। 

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର କାନ୍ଥ ଓ ବିଭିନ୍ନ ଜାଗାରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇବାକୁ କାମ BMC ଆରମ୍ଭ କରିଥିବା ବେଳେ ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେପି ସଭାପତି ବାବୁ ସିଂ। ସେ କହିଛନ୍ତି ସରକାରଙ୍କ ଗେହ୍ଲା ପୁଅ ହୋଇ ନିଜେ ବିଏମସି ଏ ସବୁ ପୋଷ୍ଟର ଲଗେଇବା ଆରମ୍ଭ କରିଥିଲା। ବିଏମସି ନିଜେ ଚୋରି କରି ଏବେ ପୋଲିସ ସାଜୁଛି। ତେଣୁ ଯଦି ପୋଷ୍ଟର ହଟାଯିବ ସବୁ ଦଳର ହଟାଯାଉ, ଯଦି କେବଳ ବିରୋଧି ଦଳର ପୋଷ୍ଟର ହଟାଇ ଶାସକ ଦଳର ରଖାଯାଏ ତେବେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। 

ଏବେ ପ୍ରଶ୍ନ ସମସ୍ତ ଙ୍କ ପୋଷ୍ଟର ବ୍ୟାନର ହଟାଇ ପାରିବ ତ ବିଏମସି।  ପୋଷ୍ଟର ବ୍ୟାନର ହଟାଇବା ରେ କେତେ ସଫଳ ହେଉଛି BMC ତାହା ଦେଖିବାକୁ ଅପେକ୍ଷା ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Hoardings of all political | Argus News