Hockey India League Bhubaneswar / କଳିଙ୍ଗ ଷ୍ଟାଡିଅମକୁ ଫେରିଲା ହକି ଫିଭର, ଖେଳାଯିବ ହକି ଇଣ୍ଡିଆ ଲିଗ୍
·6 months ago·2 min read

Key Points
କଳିଙ୍ଗ ଷ୍ଟାଡିୟମକୁ ଫେରିଲା ହକି ଫିଭର
ହକି ଇଣ୍ଡିଆ ଲିଗ୍ ଆୟୋଜନ କରିବ କଳିଙ୍ଗ ଷ୍ଟାଡିୟମ
ଭୁବନେଶ୍ୱର, ରାଞ୍ଚି, ଚେନ୍ନାଇରେ ଆୟୋଜିତ ହେବ ମେଗା ଇଭେଣ୍ଟ

ଭୁବନେଶ୍ବରକୁ ପୁଣି ଫେରିଲା ହକି । କଳିଙ୍ଗ ଷ୍ଟାଡିଅମକୁ ଫେରିଲା ହକି ଫିଭର । ଚଳିତ ବର୍ଷ ହକି ଇଣ୍ଡିଆ ଲିଗ ଆୟୋଜନ କରିବ କଳିଙ୍ଗ ଷ୍ଟାଡିଅମ । ଭୁବନେଶ୍ୱର, ରାଞ୍ଚି, ଚେନ୍ନାଇରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ ।
ହକି ଇଣ୍ଡିଆ ଲିଗ୍ ପାଇଁ ଆରମ୍ଭ ହୋଇସାରିଲାଣି କାଉଣ୍ଟଡାଉନ୍ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟ ମୁକାବିଲା ସହ ଫାଇନାଲ ମ୍ୟାଚ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏକାଧିକ ଓଡ଼ିଆ ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜରେ ଖେଳୁଥିବାରୁ ହକି ଇଣ୍ଡିଆ ଲିଗ୍ ମ୍ୟାଚ୍ ପାଇଁ ବଢ଼ିପାରେ ଉତ୍ସାହ । ଯୁବ ଖେଳାଳିଙ୍କୁ ଏକ ଭଲ ପ୍ଲାଟଫର୍ମ ପ୍ରଦାନ ପାଇଁ ଏହା ଖେଳାଯାଉଥିବା ବେଳେ ପୂର୍ବ ସଂସ୍କରଣରେ ସୃଷ୍ଟି କରିଥିଲା ଅନେକ ପ୍ରତିଭା ବାନ ପ୍ଲେୟାର । ସବୁଠାରୁ ବଡ଼ କଥା ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ଦର୍ଶକ ମାନଙ୍କ ପାଇଁ ଟିକେଟ ମାଗଣା କରାଯାଇଛି l ତିନୋଟି ରାଜ୍ୟରେ ଫ୍ରି' କରାଯାଇଛି । ଦର୍ଶକ ମାନେ ଆସି ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଅପିଲ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।
ଅଧିକ ପଢ଼ନ୍ତୁ: ବିଶ୍ବକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ
ବେଦାନ୍ତ କଳିଙ୍ଗ ଲାନର୍ସ ଦଳର ହୋମ୍ ଗ୍ରାଉଣ୍ଡ ହେଉଛି କଳିଙ୍ଗ ଷ୍ଟାଡିୟମ । ପୂର୍ବ ଥର ସମ୍ପୂର୍ଣ୍ଣ ଲିଗ୍ ରାଉରକେଲାର ବିର୍ଶା ମୁଣ୍ଡା ହକି ଷ୍ଟାଡିଅମରେ ଖେଳାଯାଇଥିବା ବେଳେ ଏଥର ସେହି ଷ୍ଟାଡିୟମକୁ ମିଳିନି ଗୋଟେ ବି ମ୍ୟାଚ୍ । ଅନ୍ୟପଟେ କଳିଙ୍ଗ ଷ୍ଟାଡିଅମରେ ହକି ଫେରିବା ପରେ ଉତ୍ସାହିତ ଅନେକ ପ୍ଲେୟାର । ଏହା ଦ୍ୱାରା ଅନେକ କ୍ରୀଡ଼ାବିତ ସୃଷ୍ଟି ହେଉଥିବା ଯୋଗୁଁ HIL ଉପରେ ବେଶି ଫୋକସ୍ ରହିଛି ।
ସାରା ଦେଶରେ ଏବେ ଲିଗ୍ ଗେମର ଭାରି ଡିମାଣ୍ଡ ରହିଛି । ବିଭିନ୍ନ କ୍ରୀଡାରେ ଏବେ ଆୟୋଜିତ ହେଉଛି ଏହି ଲିଗ୍ । ତେବେ ସେହି ରାହାରେ ଆଗକୁ ବଢୁଥିବା HIL କେତେ ସଫଳ ହେଉଛି ତାହା ଦେଖିବା ବାକି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories