Videos
|
Odisha

ଓଡ଼ିଶା ମାଟିରେ ହକି ଟିମକୁ ଭବ୍ୟ ସ୍ୱାଗତ: ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍ ବିଶାଳ ରୋଡ ଶୋ'

Ritu Das
Browse all articles by Ritu Das
·1 year ago·1 min read
ଓଡ଼ିଶା ମାଟିରେ ହକି ଟିମକୁ ଭବ୍ୟ ସ୍ୱାଗତ: ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍ ବିଶାଳ ରୋଡ ଶୋ'

ଅର୍ଗସ ବ୍ୟରୋ: ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଓଡିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ଶୋ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ଶୋରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। ଏହି ସମୟରେ ଓଡିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ନୃତ୍ୟ ସାମିଲ ହୋଇଛି। ବିମାନ ବନ୍ଦର ନିକଟରେ ସାଧାରଣ ଲୋକେ ଓ କଳାକାର ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। 

ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଖେଳାଳିଙ୍କୁ ରାଜ୍ୟ କନଭେନସନ ହଲରେ ଅପରାହ୍ନ ସାଢେ ୫ଟାରେ ସମ୍ବର୍ଦ୍ଧିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hockey team gets | Argus News