Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛି ରଙ୍ଗର ପର୍ବ ହୋଲି

Smruti Parija
Browse all articles by Smruti Parija
·2 years ago·1 min read
ଆସୁଛି ରଙ୍ଗର ପର୍ବ ହୋଲି

ଅର୍ଗସ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ବାଣିଜ୍ୟ ନଗରୀ କଟକର ହୋଲସେଲ ବଜାରରେ ଲାଗିଲାଣି ରଙ୍ଗପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଏମିତି କେତେକଣ। ରଙ୍ଗ କିଣିବାକୁ ଛୋଟ ବ୍ୟବସାୟୀଙ୍କଠୁ ନେଇ ସାଧାରଣ ଗ୍ରାହକଙ୍କ ଭିତରେ ଦେଖିବାକୁ ମିଳୁଛି ନାହିଁ ନଥିବା ଉତ୍ସାହ। ଅଭିର ରଙ୍ଗର କିଲୋ 30 ଟଙ୍କା ଠାରୁ ଆରମ୍ଭ କରି 250 ଟଙ୍କା ପର୍ଯ୍ୟନ୍ତ ରହିଛି ।ରାସାୟନିକ ରଙ୍ଗ ସମ୍ପୂର୍ଣ୍ଣ ବନ୍ଦଥିବା ବେଳେ କେବଳ ଅଭିର ଏବଂ ହରବାଲ ରଙ୍ଗ କିଣିନିଉଛନ୍ତି ଗ୍ରହାକ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ହୋଲି ଖେଳିବା ପାଇଁ ଲୋକଙ୍କ ଭିତରେ ଢେର ଉତ୍ସାହ ରହିଥିବା ଦେଖିବାକୁ ମିଳିଠଛି। ଫଳରେ ଚଳିତ ବର୍ଷ କଟକରେ ରଙ୍ଗ ଏବଂ ଅନ୍ୟାନ ସାମଗ୍ରୀର  ବ୍ୟବସାୟ ଭଲ ହେଉଥିବା କହିଛନ୍ତି ବ୍ୟବସାୟୀ। ବିଶେଷ କରି ଆମ ଦେଶରେ ତିଆରି ଅନେକ ନୂଆ ନୂଆ ହାରବାଲ ହୋଲି ସହ ଅବିରରେ ହୋଲି ପାଳିବାକୁ ପସନ୍ଦ କରୁଛନ୍ତି ଗ୍ରାହକ । ହୋଲି ରଙ୍ଗରେ ରଙ୍ଗେଇ ହେବାକୁ ସାଧାରଣରେ ଏବେଠୁ ଦେଖିବାକୁ ମିଳିଲାଣି ଉତ୍ସାହ। 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
holi-preparation-is-on-full-swing | Argus News