ଆଜିଠୁ ଆରମ୍ଭ ପବିତ୍ର ମହାପଞ୍ଚକ ବ୍ରତ
·2 years ago

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ପବିତ୍ର ମହାପଞ୍ଚକ ବ୍ରତ । ଚଳଚଞ୍ଚଳ ସାରା ରାଜ୍ୟ । ପଞ୍ଚକ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତଧାରୀ । ଏନେଇ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଦେବାଳୟରେ ଦେଖିବାକୁ ମିଳୁଛି ଭକ୍ତିମୟ ପରିବେଶ । କାର୍ତ୍ତିକ ମାସର ଏହି ୫ ଦିନରେ ରହିଛି ଅନେକ ମହତ୍ତ୍ୱ । ପୁରୀରେ ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ବେଶ ପ୍ରତିଦିନ ଅନୁଷ୍ଠିତ ହେବ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ପଞ୍ଚକର ପ୍ରଥମ ଦିବସ ବଡ଼ ଏକାଦସୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ସମଗ୍ର ଶ୍ରୀକ୍ଷେତ୍ର ସମ୍ପୂର୍ଣ ଚଳଚଞ୍ଚଳ ହୋଇପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: