Videos
|
Odisha

ଗୃହ ବିଭାଗର ନିଷ୍ପତ୍ତି, ଡିଏସପି ରାଙ୍କ ଅଫିସରଙ୍କୁ ବଦଳି କରିପାରିବେନି ପୋଲିସ ଡିଜି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୃହ ବିଭାଗର ନିଷ୍ପତ୍ତି, ଡିଏସପି ରାଙ୍କ ଅଫିସରଙ୍କୁ ବଦଳି କରିପାରିବେନି ପୋଲିସ ଡିଜି 

ଭୁବନେଶ୍ୱର:  ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଆଉ ଡିଏସପି ରାଙ୍କ ଅଫିସରଙ୍କୁ ବଦଳି କି ନିଯୁକ୍ତି କରିପାରିବେନି ପୋଲିସ ଡିଜି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଏକ କମିଟି ଗଢ଼ାଯିବ । ସେହି କମିଟି ହିଁ ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କର  ବଦଳି ବା ନିଯୁକ୍ତି ନେଇ ନିଷ୍ପତ୍ତି ନେବ । ଗୃହ ବିଭାଗ ସଚିବଙ୍କ ବ୍ୟତୀତ ଡିଜିପି ଓ ଆଇଜି ପୋଲିସ ଏହି କମିଟିର ସଦସ୍ୟ ରହିବେ । 

ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ମଧ୍ୟ ଏଥିରେ ସଦସ୍ୟ ରହିବେ । ପୂର୍ବରୁ ଡିଜିପିଙ୍କ ପାଖରେ ଥିବା ଏହି ବଡ଼ କ୍ଷମତାକୁ ଫେରାଇ ନିଆଯାଇଛି । ମୋହନ ସରକାର ଆସିବା ପରେ ପୋଲିସ ବିଭାଗରେ ହୋଇଥିବା ଏହି ବଡ଼ ନିଷ୍ପତ୍ତି ଏକଚାଟିଆ ବାବୁରାଜ ଖତମ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Home Department decision, DSP rank officer cannot be replaced by DG of Police | Argus News