ମନ୍ତ୍ରୀ ଜାଣିନାହାନ୍ତି ଥାନା ଭଙ୍ଗାରୁଜା !

ସମ୍ବଲପୁର: ସତ ମାନିଲେ ସୁଶାନ୍ତ ଅଥଚ ଗୃହ ମନ୍ତ୍ରୀ କହୁଛନ୍ତି ଖବର ପାଇନି । ଅମ୍ବାଭନା ଥାନା ହିଂସା ଘଟଣାରେ ଦଳୀୟ ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ପରେ ହାତ ଟେକିଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ପଚାରିବାରୁ କଥା ଆଡେଇବାକୁ ଚେଷ୍ଟା କଲେ । ସବୁଠୁ ବଡ଼ କଥା ହେଉଛି ଯେଉଁଠି ରାଜ୍ୟର ସୁରକ୍ଷା ବାହିନୀଙ୍କ କାର୍ଯ୍ୟାଳୟରେ ଏତେ ବଡ଼ ଆକ୍ରମଣ ହେଲା ସେ ଖବର କେମିତି ଜାଣିପାରିଲେନି ରାଜ୍ୟର ଗୃହମନ୍ତ୍ରୀ । ପୁଣି ଏ ମାମଲାରେ ସମ୍ପୃକ୍ତି କଥା ଆସିବା ପରେ ଖୋଦ ବିଧାୟକ ସୁଶାନ୍ତ ସିଂ କ୍ୟାମେରା ସାମ୍ନାରେ ସତ ମାନିସାରିଛନ୍ତି ।
ଅମ୍ବାଭନା ଥାନା ଭଙ୍ଗାରୁଜା ଘଟଣା, ସୁଶାନ୍ତ ସିଂଙ୍କ ହାତ ଥିବା ନେଇ ସତ କହିଲେ ବାବୁ !
ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ନକରିବାକୁ ସମର୍ଥକଙ୍କୁ ସେ କହିଥିବା ସ୍ବୀକାର କରିଛନ୍ତି । ସୋହେଲା ଅଞ୍ଚଳରୁ ଭୋଜି ପାଇଁ ଯାଇଥିବା କିଛି ଯୁବକଙ୍କୁ ନିଶା କାରବାର ଅଭିଯୋଗରେ ପୁଲିସର ପଚରା ଉଚରା ପରେ ଥାନାରେ ପଶି ଭଙ୍ଗାରୁଜା କରିଥିଲେ କିଛି ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ବୋଲି ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ଘଟଣାସ୍ଥଳରେ ଥାଇ ସମର୍ଥକଙ୍କୁ ଥାନା ଭାଙ୍ଗିବାକୁ ସୁଶାନ୍ତ ଉସକାଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨ଅମ୍ବାଭୋନା ଥାନା ଭଙ୍ଗାରୁଜା ପଛରେ ବିଜେଡିର ବାହୁବଳି ବିଧାୟକ !
ତେବେ ଏହି ଘଟଣାରେ 100ରୁ ଅଧିକଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ବିଧାୟକଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣିନି ପୋଲିସ । ତେଣୁ ଯଥା ଶୀଘ୍ର ସୁଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସେପଟେ ସୁଶାନ୍ତଙ୍କ ଏ ପ୍ରତିକ୍ରିୟାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଜନତା ଭୋଟ୍ ଦେଉଛନ୍ତି ବୋଲି କଣ ହିଂସା କରିବାକୁ ବିଧାୟକଙ୍କୁ ଲାଇସେନ୍ସ ମିଳିଯାଉଛି । କଣ ହିଂସାକୁ ପ୍ରବର୍ତ୍ତାଇବା ଜନବିରୋଧୀ ନୁହେଁ କି ?