Health Infrastructure / ଡାକ୍ତରଖାନାକୁ ୟେ କି ଅବହେଳା ? ଭଙ୍ଗା ସ୍କୁଲ୍ ଘରେ ଚାଲିଛି ରୋଗୀ ସେବା
·5 months ago·2 min read

Key Points
୧୧ ବର୍ଷ ହେବ ହୋମିଓପ୍ୟାଥିକ ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ ସାରିଛି । ହେଲେ ବିଭାଗୀୟ ଅବହେଳାରୁ ହସ୍ତାନ୍ତର ହୋଇ ପାରୁନି । ଏଭଳି ଭାବେ ଭଙ୍ଗା ଘରେ ଚାଲିଛି ରାଜକନିକା ବ୍ଲକ ହାଟସାହି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ।
ଆଳି (କେନ୍ଦ୍ରାପଡ଼ା): ଛାତରୁ ସିମେଣ୍ଟ କଂକ୍ରିଟ ଖସୁଛି । ଔଷଧ ଓ ମେଡିକାଲ୍ ସରଞ୍ଜାମ ରଖିବାକୁ ଜାଗା ନାହିଁ । ଏମିତି ଅବସ୍ଥାରେ ୪୬ ବର୍ଷ ହେବ ଚାଲିଛି ହାଟସହି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ । ତାହା ବି ଜରାଜୀର୍ଣ୍ଣ ବିଦ୍ୟାଳୟ କୋଠାରେ ।
୧୧ ବର୍ଷ ହେବ ହୋମିଓପ୍ୟାଥିକ ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ ସାରିଛି । ହେଲେ ବିଭାଗୀୟ ଅବହେଳାରୁ ହସ୍ତାନ୍ତର ହୋଇ ପାରୁନି । ଏଭଳି ଭାବେ ଭଙ୍ଗା ଘରେ ଚାଲିଛି ରାଜକନିକା ବ୍ଲକ ହାଟସାହି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ହୋମିଓପ୍ୟାଥିକ ଚିକିତ୍ସାଳୟ ।
ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ
ହୋମିଓପ୍ୟାଥି ଚିକିତ୍ସାଳୟ ଉପରେ ହାଟସାହି, ପଧାନପଡ଼ା, ପଣସଗଣ୍ଡ, ଅବଦୁଲପୁରୁ ଓ ଚରପଡ଼ା ଭଳି ପାଞ୍ଚଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । ଦୈନିକ ସଂଖ୍ୟାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଦୀର୍ଘ ୪୬ ବର୍ଷ ହେବ ହାଟସାହି ସ୍କୁଲର ଭଙ୍ଗା ଘରେ ରୋଗୀ ସେବା ଯୋଗାଇ ଆସୁଛନ୍ତି ଡାକ୍ତର ।
ବିଡ଼ମ୍ନନାର ବିଷୟ ୧୧ ବର୍ଷ ହେବ ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ ସରିଛି, ହେଲେ ବିଭାଗୀୟ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁନି । ଚିକିତ୍ସାଳୟକୁ ଯିବାକୁ ରାସ୍ତା ନଥିବାରୁ ଗୃହ ଉଦ୍ଘାଟନ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ବସିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଏଥିସହ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା
୧୯୮୦ରେ ସ୍ଥାପିତ ହୋମିଓପ୍ୟାଥିକ ଚିକିତ୍ସାଳୟ ହାଟସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲି ଆସୁଛି । ୨୦୧୪ରେ ଚିକିତ୍ସାଳୟର ନିଜସ୍ଵ ଗୃହ ନିର୍ମାଣ ଆରମ୍ଭ ହୋଇ ୨୦୧୫ରେ କାମ ଶେଷ ହୋଇଥିଲା । ହେଲେ ବିଭାଗୀୟ ଉଦାସୀନତା ଯୋଗୁ ନିର୍ମାଣ ଗୃହ ମେଡିକାଲକୁ ହସ୍ତାନ୍ତର କରାଯାଇପାରିନାହିଁ ।
୪୬ ବର୍ଷ ହେଲା ଭଙ୍ଗା ଘରେ ରୋଗୀ ସେବା ଚାଲିଥିବା ବେଳେ ଔଷଧ ରଖିବାକୁ ଜାଗା ନାହିଁ । ଏପରିକି ଆବଶକୀୟ କର୍ମଚାରୀ ମଧ୍ୟ ନଥିବା କହିଛନ୍ତି ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର କୁମାର ମଲ୍ଲିକ । ସ୍ଥାନୀୟ ସରପଞ୍ଚ ମଧ୍ୟ ସମାନ କଥା ଦୋହରାଇଛନ୍ତି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତ ବାସୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories