|
logo
Live
Argus News App
GET APP

Argus News - ନୟାଗଡ଼ରେ ଇଲେକ୍ଟ୍ରୋନିକସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

Odisha

ନୟାଗଡ଼ରେ ଇଲେକ୍ଟ୍ରୋନିକସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·2 years ago
ନୟାଗଡ଼ରେ ଇଲେକ୍ଟ୍ରୋନିକସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: ଜଳିଗଲା ଦେଢ଼ କୋଟି ଟଙ୍କାର ଉର୍ଦ୍ଧ୍ବ ସାମଗ୍ରୀ। ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକ୍ଟ୍ରୋନିକ୍ସ ଦୋକାନରେ। ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସରେ ବିଳମ୍ବିତ ରାତିରେ  ସଟସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। 

ଖବର ପାଇ ସୋରୁମ ମାଲିକ ଓ ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସୋରୁମରେ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତେବେ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି l 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୟାଗଡ଼ରେ ଇଲେକ୍ଟ୍ରୋନିକସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ | Argus News