Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ?

Odisha

କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ?

Smruti Parija
Browse all articles by Smruti Parija
·2 years ago·2 min read
କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ?

କଟକ:  ଅଶୁଭ ସୋମବାର ...ରାତି 9ଟା ହେବ...ଖାଇପିଇ କିଏ ଶୋଇଥିଲା ତ ଆଉ କିଏ ମୋବାଇଲରେ କଥା ହେଉଥିଲା । ପୁଣି ଆଉ କିଏ ଗରମ ପାଇଁ ଡୋର ଖୋଲି ପବନ ଖାଉଥିଲା । ହେଲେ ଏତିକି ବେଳେ ଥରିଉଠିଲା ଛାତି, ବ୍ରିଜ ତଳକୁ ହଠାତ୍‌ ଗଳିପଡିଥିଲା ବସ୍‌ । ଚିତ୍କାର ଶୁଭିଲା...କାନ୍ଦବୋବାଳି ପଡିଲା । କିଏ ଡାକୁଥିଲା ମତେ ବାହାରକୁ ନିଅ...ତ ପୁଣି କିଏ କହୁଥିଲା ପାଣି ଟୋପାଏ ଦିଅ । ଅନ୍ଧାର ରାତିରେ ଦୁର୍ଘଟଣାର କୋହଭରା ଚିତ୍କାର ଯିଏ ଶୁଣୁଥିଲା ସିଏ ଥରୁଥିଲା । ପୁରୀରୁ ଦୀଘା ଯାଉଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଲୋମଟାଙ୍କୁରା କାହାଣୀ ଥିଲା କିଛି ଏମିତି । 

ସ୍ଥାନ- ଯାଜପୁର ବାରବାଟୀ । ସମୟ-ରାତି ପ୍ରାୟ ୯ଟା...ହଠାତ୍‌ ବ୍ରିଜ ତଳକୁ ଖସିପଡିଥିଲା ବସ । କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ? ସେ କଥା ପଚାରିବାକୁ ନାଁ କାହାର ସମୟ ଥିଲା ନା କାହାର ଧୈର୍ଯ୍ୟ ଥିଲା । ସମସ୍ତଙ୍କର ଫୋକସ ଥିଲା କେମିତି ଆହତଙ୍କୁ ନେଇ ପହଞ୍ଚିବେ ମେଡିକାଲରେ । ରାତି୯ଟା ହେବାରୁ ରାସ୍ତା ଖାଲି ହୋଇ ଆସୁଥାଏ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ରୁଣ୍ଡ ହୋଇଥିଲେ ଲୋକ...ଦିଶିଥିଲା ମୁଣ୍ଡମାଳ । ଦୁର୍ଘଟଣା ଥିଲା ଖୁବ ଭୟଙ୍କର ।

ମୋଟ୍‌ ଉପରେ ଯାଜପୁର କୁଆଖିଆ ନିକଟରେ ଓଲଟିଥିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିପଡିଲା ବସ୍ । ବାରବାଟୀ ପୋଲରେ ଏହି ଦୁର୍ଘଟଣା ହୋଇଥିଲା ।  ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲେ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହିତ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏତେ ବଡ଼ ଦୁର୍ଘଟଣା ହୋଇଥିବାରୁ ଏବେ ଚର୍ଚ୍ଚା ଜୋର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

 

Argus Whatsapp Channel Mobile Top
Sponsored
horrific-story-of-jajpur-bus-accident | Argus News