Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dance Dispute Sparks Violent / ହୋଟେଲ୍‌ରେ ଗୋଷ୍ଠୀ ସଂଘର୍ଷ, ନାଚକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ହୋଟେଲ୍‌ରେ ଗୋଷ୍ଠୀ ସଂଘର୍ଷ, ନାଚକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ
Dance Party

Key Points

ରାଜଧାନୀରେ ଡ୍ରାନ୍ସ ପାର୍ଟିରେ ସଂଘର୍ଷ
ଏକ ହୋଟେଲରେ ଡ୍ରାନ୍ସ ପାର୍ଟି ବେଳେ ଗୋଷ୍ଠୀ ସଂଘର୍ଷ
ଗଣ୍ଡଗୋଳରେ ୪ ଗୁରୁତର ଆହତ


ଭୁବନେଶ୍ବର,୨୮/୦୬: ଅଶାନ୍ତ ହେଉଛି ରାଜଧାନୀ। କେଉଁଠି ହେଉଛି ଗୋଷ୍ଠି ସଂଘର୍ଷ ତ ଆଉ କେଉଠି ବୁଲୁଛି ଖଣ୍ଡା। ଗତକାଲି ବିଳମ୍ବିତ ରାତିରେ ନୂଆପଲ୍ଲୀସ୍ଥିତ ଏକ ହୋଟେଲ୍‌ରେ ଗୋଷ୍ଠୀ ସଂଘର୍ଷ ଘଟିଛି| ଏକ ପାର୍ଟିରେ ନାଚୁଥିବା ବେଳେ ଦୁଇ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଗଣ୍ଡଗୋଳରେ ୪ଜଣ ଗୁରୁତର ହୋଇଥିବା ବେଳେ ପୁଲିସ ୬ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି। ଅପରପକ୍ଷେ ଗଣ୍ଡଗୋଳରେ ସମ୍ପୃକ୍ତ ୨ ଯୁବକ ପୁଲିସକୁ ଧମକ ଦେଇଥିବା ଜଣାପଡ଼ିଛି।

ଖବର ଅନୁସାରେ, ରାଜ୍, ବିଜୟ ଓ ତାଙ୍କର ଜଣେ ସାଙ୍ଗ ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନୂଆପଲ୍ଲୀସ୍ଥିତ ହୋଟେଲକୁ ଏକ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ସେଠାରେ ମଜା ମସ୍ତିରେନାଚିବା ସମୟରେ ଅପରଗୋଷ୍ଠୀର କିଛି ଯୁବକଙ୍କ ସହ ଧକ୍କା ହୋଇଯାଇଥିଲେ। ଏତିକିରେ ଉତ୍‌କ୍ଷିପ୍ତ ହୋଇ ଅପରଗୋଷ୍ଠୀର ୭ଜଣ ଯୁବକ ୩ ସାଙ୍ଗଙ୍କୁ ନିସ୍ତୁକ ମାଡ଼ମାରି ମୁହଁ ଓ ମୁଣ୍ଡ ଫଟାଇ ଦେଇଥିଲେ । ଖବର ପାଇ ନୂଆପଲ୍ଲୀ ପିସିଆର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ତଥାପି ମାଡ଼ ମାରୁଥିବା ଗୋଷ୍ଠୀର ଯୁବକମାନେ ଗଣ୍ଡଗୋଳରୁ ନିବୃତ୍ତ ହୋଇନଥିଲେ। ତେଣୁ ଜଣେ ପୁଲିସ କର୍ମଚାରୀ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିବା ଆରମ୍ଭ କଲେ। ଏତିକିବେଳେ ମାଡ଼ମାରୁଥିବା ଗୋଷ୍ଠୀର ୨ ଯୁବକ ଭିଡିଓ କରୁଥିବା ପୁଲିସ କର୍ମଚାରୀଙ୍କ ଆଡ଼କୁ ଚିହିଁକି ଯାଇ ଧମକ ଦେଇଥିଲେ | ଜଣେ ଯୁବକ ନିଜକୁ ଭୁବନେଶ୍ବରର ପୂର୍ବତନ ଡିସିପିଙ୍କ ପୁତୁରା ବୋଲି କହି ଧମକାଇଥିଲା। ଅନ୍ୟ ଜଣେ ଭଦ୍ରକର ଜଣେ ରାଜନେତା(ପୂର୍ବତନ ମନ୍ତ୍ରୀ)ଙ୍କ ଭଣଜା ବୋଲି ପରିଚୟ ଦେଇ ଉତ୍ପାତ କରିଥିଲା । କେବଳ ସେତିକି ନୁହେଁ, ସେମାନେ ଭିଡିଓ କରୁଥିବା ପିସିଆର୍ କର୍ମଚାରୀଙ୍କ ମୋବାଇଲ ଛଡ଼ାଇବାକୁ ଯାଇ ଆକ୍ରମଣ କରିଥିଲା । କୌଣସିମତେ ପିସିଆର୍ କର୍ମଚାରୀମାନେ ଉଭୟ ଗୋଷ୍ଠୀର ଯୁବକଙ୍କୁ କାବୁକରି ଥାନାକୁ ଆଣିଥିଲେ। ଏତିକିବେଳେ ଗଣ୍ଡଗୋଳ କରୁଥିବା ୫ଯୁବକ ଖସି ପଳାଇଥିଲେ ।

ପଢନ୍ତୁ ଏହି ଖବର: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: ୧୦ ଦିନ ପରେ ବି ପୋଲିସ ହାତ ଖାଲି

ସେପଟେ ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀର ଆତଙ୍କରାଜ। ଖାରବେଳନଗର ଥାନା ଅଧୀନ ୟୁନିଟ-୪ ଅଞ୍ଚଳରେ ଏକ ଘରୋଇ ମେଡିକାଲ୍ ସାମ୍‌ନାରେ ଗୋଟିଏ ଗୋଷ୍ଠୀ ଶନିବାର ରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ଖେଳାଇଛି। ଗତ ୨୪ତାରିଖ ରାତିରେ ଏହି ଗୋଷ୍ଠୀର ଜଣଙ୍କୁ ଅନ୍ୟ ୟୁନିଟ୍-୩ -୩ ଅଞ୍ଚଳରେ ଅଞ୍ଚଳରେ ଅନ୍ୟ ଅନ୍ୟ ଏକ ଏକ ଗୋଷ୍ଠୀ ଖଣ୍ଡାରେ ଆକ୍ରମଣ କରିଥିଲେ । ଥିଲେ। ଆକ୍ରମଣର ଶିକାର ମଦନ ବେହେରା ଏନେଇ ଖରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ମୁସା ଓରଫ୍ ଦେବାଶିଷ ଦାଶ ସମେତ ୪ଜଣଙ୍କୁ ଗିରଫ କରିଥିଲା।

ତେବେ ଗତକାଲି ରାତିରେ ମଦନର ସ‌ହ‌ଯୋଗୀମାନେ ପ୍ରତିଶୋଧ ପରାୟଣ ହୋଇ ମୁଖ୍ୟ ଅଭିଯୁକ୍ତ ମୁସାର ଘର ନିକଟରେ ଖଣ୍ଡା ବୁଲାଇ ଆତଙ୍କରାଜ ଖେଳାଇବା ସହିତ ଖଣ୍ଡାରେ ବାଇକ୍‌କୁ ହାଣି ଭଙ୍ଗାରୁଜା କରିଛନ୍ତି। ତେବେ ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡା ବୁଲାଇଥିବା ଦୃର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dance Dispute Turns Violent: Two Groups Clash Inside Hotel | Argus News