Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର

Odisha

ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର

Smruti Parija
Browse all articles by Smruti Parija
·2 years ago·2 min read
ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର

ଅର୍ଗସ ବ୍ୟୁରୋ: ଏପ୍ରିଲ ସରିବାକୁ ବସିଲାଣି । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର  ଏପ୍ରିଲ ମାସର ତାପମାତ୍ରା । ଘରେ ବାହାରେ ସବୁଠି ଗରମ । ସକାଳୁ ଏମିତି ଗରମ ହେଉଛି ଯେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆକାଶରୁ ନିଆଁ ବର୍ଷା ହେଉଛି । ଟାଇଁ ଟାଇଁ ଖରାକୁ ଝାଞ୍ଜି ପବନ । ଟିକେ ତାତି ବଢିଲେ ରାସ୍ତା ଘାଟ ଶୂନ୍ ଶାନ୍ ହୋଇ ପଡୁଛି । ଟକମକ୍ ଫୁଟୁଛି ଦେଶର ବିଭିନ୍ନ ସହର । ହିଟ୍ ୱେଭ୍ ରେ ଅସ୍ତବ୍ୟସ୍ତ ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ । ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ପାର୍ ।  (heat wave )

ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ ଶନିବାର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍ । ଯେଉଁଠି 44.9 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। 
ସେହିପରି ଦ୍ୱିତୀୟରେ ଓଡିଶାର ଅନୁଗୁଳରେ 44.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । 44.6 ଡିଗ୍ରୀ ସେଲସିୟସ ସହ ଭୁବନେଶ୍ୱର ଓ ଆସାନସୋଲ୍ ତୃତୀୟ ଉତ୍ତପ୍ତ ସହର ପାଲଟିଛନ୍ତି (hot cities)। 

ସେହିପରି କୁରନୁଲ୍ 44.5 ଡିଗ୍ରୀ, ଅନନ୍ତପୁର 43.7 ଡିଗ୍ରୀ,ଭବାନୀପାଟଣା ୪୩.୭, ବୌଦ୍ଧରେ ୪୩.୭ ଡ଼ିଗ୍ରୀ, ଝାରସୁଗୁଡା 43.6 ଡିଗ୍ରୀ , ମେହବୁବନଗର 43.5 ଡିଗ୍ରୀ ସେଲସିୟସ, ମଦିନାପୁର 43.5 ଡିଗ୍ରୀ, କଡପା 43.4 ଡିଗ୍ରୀ, ବଙ୍କୁରା, ଜାମସେଦପୁର, ରେନତାଚିନତାଲା 43.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି (summer season) । 

ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ତାପମାତ୍ରା ଢେର୍ ଅଧିକ ରହୁଛି । (Odisha) ଭାରତର ସବୁଠୁ ଉତ୍ତପ୍ତ 6 ସହର ମଧ୍ୟରେ ରହିଛି ଓଡିଶାର 3ଟି ସହର । ଅନୁଗୁଳ, ଭୁବନେଶ୍ୱର ଓ ଝାରସୁଗୁଡା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । (Heat Wave)

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ ଥର ପାଇଁ ଟ୍ୱିନ୍ ସିଟିରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ଦିନ ତାପମାତ୍ରା ୪୩.୪ ରେକର୍ଡ଼ ହୋଇଛି ଯାହା ସ୍ବାଭାବିକ ତାପମାତ୍ରା ତୁଳନାରେ ୬.୩ ଡିଗ୍ରୀ ଅଧିକ ରହିଛି । (India) ସେହିପରି ଭୁବନେଶ୍ବର ସ୍ଵାଭାବିକ ତୁଳନାରେ  ୬.୮ ଅଧିକ ରହିଛି । ବାରିପଦା, କଟକ, ଭୁବନେଶ୍ୱରରେ ସିଭିୟର ହିଟ୍ ୱେଭ୍ ଅନୁଭୂତ ହୋଇଛି । ଏହିଭଳି ସ୍ଥିତି ତାପମାତ୍ରା ଆଗାମୀ ଦିନରେ ରହିବ । କିଛି କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ୫ ଦିନ ପାଇଁ ହିଟ୍ ୱେଭ୍ ଜାରି ରହିବ । ଯେତେ ପର୍ଯ୍ୟନ୍ତ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବନାହିଁ ସେପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ । (Temeperature)

ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମଦିନ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆବଶ୍ୟକ ନଥିଲେ ଦିନ 11ଟାରୁ  3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହୃଦ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...

Sponsored
hottest-indian-cities-in-april-month | Argus News