Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦେଶରେ ଗୃହବନ୍ଦୀ 14ରୁ ଉର୍ଦ୍ଧ୍ବ ଓଡ଼ିଆ ଯୁବକ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଦେଶରେ ଗୃହବନ୍ଦୀ 14ରୁ ଉର୍ଦ୍ଧ୍ବ ଓଡ଼ିଆ ଯୁବକ  

କେନ୍ଦ୍ରାପଡା:  ବିଦେଶରେ ଗୃହବନ୍ଦୀ 14ରୁ ଉର୍ଦ୍ଧ୍ବ ଓଡ଼ିଆ ଯୁବକ । ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ନିବେଦନ । ଏହି ଯୁବକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର । ଅଧିକ ପଇସା ରୋଜଗାର ଆଶାରେ ବିଦେଶକୁ ଚାକିର କରିବାକୁ ଯାଇ ଫସିଛନ୍ତି । ତିନି ମାସ ତଳେ ଜଣେ ଦଲାଲ ମାଧ୍ୟମରେ ସାଉଥ ଆଫ୍ରିକା ଗେମନ୍ ସନରାଇଜ କମ୍ପାନୀରେ କାମ କରୁଥିଲେ ।

କିଛି ଦିନ ପରେ କମ୍ପାନୀ ସେମାନଙ୍କୁ ଦରମା ଓ ଖାଇବାକୁ ନଦେଇ ହଇରାଣ କରିବା ସହ ମାଡ଼ ମାରୁଥିବା ସେମାନେ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି । ଏପରିକି କମ୍ପାନୀ କର୍ମଚାରୀ ସେମାନଙ୍କ ପାସପୋର୍ଟ ଦେଉନଥିବାବେଳେ ପିଇବା ପାଣି ଓ ଦେହ ଖରାପ ହେଲେ ଔଷଧ ଦେଉନଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଯୁବକମାନେ । ସମସ୍ତ ଯୁବକ ରାଜକନିକା ବ୍ଲକ ଜୟନଗର, କୋଇଲିପୁର, ତ୍ରଇଲୋକପୁର ପଞ୍ଚାୟତର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
House arrests abroad are odia youth above 14 years old | Argus News