Videos
|
Odisha

ଯାଜପୁରରେ କାଳବୈଶାଖି ବର୍ଷାରେ ଉଡ଼ିଲା ଘର ଛପର

Ritu Das
Browse all articles by Ritu Das
·2 years ago
ଯାଜପୁରରେ କାଳବୈଶାଖି ବର୍ଷାରେ ଉଡ଼ିଲା ଘର ଛପର

ଅର୍ଗସ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ତ୍ରାହି। ଯାଜପୁର ଜିଲା ବିଂଝାରପୁରର ବିଭିନ୍ନ ଅଞ୍ଚଳରେ ଅପରାହ୍ନରେ କାଳବୈଶାଖି ଯୋଗୁଁ ବର୍ଷା ଓ କୂଆପଥର ମାଡ଼ ହୋଇଛି। ଝଡତୋଫାନ ଓ କୁଆପଥର ପ୍ରଭାବ ରେ  ଲୋକଙ୍କ ଚାଳଛପର ଘର, ଦୋକାନଘର, ଆଜବେଷ୍ଟସ ଛପର ଘର ଆଦି ଭାଙ୍ଗି ଯାଇଛି । ସେହିପରି କେତେକ ସ୍ଥାନରେ ବଡ ବଡ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। 

ଫଳରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୟଦପୁର, ବିଂଝାରପୁର, ଫତେପୁର, ଆଉଁରୀ, ମାଂଶଡା ଆଦି ଅଂଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ ଓ ଟେଲି ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବ୍ଲକ ପ୍ରଶାସନ ତଥା ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
House blown | Argus News