ପ୍ରକୃତିର ତାଣ୍ଡବ ଲୀଳା, ଅଦିନିଆ ବର୍ଷାରେ ଭାଙ୍ଗିଲା ଘର
·2 years ago·1 min read

ବଲାଙ୍ଗୀର: ପ୍ରକୃତିର ତାଣ୍ଡବ ଲୀଳା ।ଅଦିନିଆ ବର୍ଷା ରେ ଭାଙ୍ଗିଲା ଘର । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ଅଧୀନସ୍ଥ ରାଉତମୁଣ୍ଡା। ଗ୍ରାମରେ ରହୁଥିବା ଲତା ମାଝିଙ୍କ ଘର ଗତ ରାତି ଭାଙ୍ଗି ଯାଇଥିବା ଦେଖିବାକୁ ମିଲିଛି। ଗତ ରାତି ତୁରେକେଲା ବ୍ଲକ ରେ ଭୀଷଣ ବର୍ଷା ଏବଂ କୁଆପଥର ମାଡ ହୋଇଥିଲା ।
ଏହି ଅଦିନିଆ ବର୍ଷା ରେ ଲତା ମାଝି ଙ୍କ ଘର ଭାଙ୍ଗି ଯିବାରୁ ତାଙ୍କ ପରିବାର ଏବେ ବେସାହାରା । ବର୍ତମାନ ଦୁହେଁ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ଝିଅ ଙ୍କୁ ନେଇ ପାଖରେ ଥିବା ତାଙ୍କ ଭଣଜା ଘରେ ଆଶ୍ରୟ ନେଇଛନ୍ତି। ଅନେକ ଥର ସେ ଆବାସ ଘର ପାଇବା ପାଇଁ ପଞ୍ଚାୟତ ରେ ଆବେଦନ କରିଛନ୍ତି କିନ୍ତୁ ତାଙ୍କୁ ଘର ଖଣ୍ଡେ ମିଳି ନାହିଁ । ଦୀର୍ଘ ୨୫ ବର୍ଷ ହେବ ତାଙ୍କ ପରିବାର ରାଉତମୁଣ୍ଡା ରେ ଏକ ଚାଳ ଛପର ଘର କରି ରହୁଛନ୍ତି । ଅତି ଶୀଘ୍ର ତାଙ୍କ କିଛି ସରକାରୀ ସୁବିଧା କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: