|
logo
Live

Argus News - ପେଟୁର ପଂଚାୟତରେ ଆବାସ ଧୋକା

Odisha

ପେଟୁର ପଂଚାୟତରେ ଆବାସ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପେଟୁର ପଂଚାୟତରେ ଆବାସ ଧୋକା

ଅର୍ଗସ ବ୍ୟୁରୋ:  କୋରାପୁଟ ପଟ୍ଟାଙ୍ଗି ବ୍ଲକ ପେଟୁର ପଂଚାୟତର ଚିନ୍ତାଲଗୁଡା ଓ କାମରିପାଡୁ  l ଗାଁକୁ ଦେଖିଲେ ସ୍ପଷ୍ଟ ହୋଇଯିବ ଆବାସ ଯୋଜନାର ବାସ୍ତବତା। ଦୁରଦୁର ପର୍ଯ୍ୟନ୍ତ ନାହିଁ ପକ୍କା ଘର । କାହାର ଛାତ ଉପରେ ଆଜେବେଷ୍ଟ ପଡିଛିତ କାହା ଭାଗ୍ୟରେ ସେତିକ ନାହିଁ। ଭଙ୍ଗା ଖପର ଜରିପାଲ ଭରସାରେ ଅଞ୍ଚଳବାସୀ। 
ମାଟି ଓ ପଥର ନିର୍ମିତ କାନ୍ଥ ସହ ଟାଇଲ ଏବଂ ଭଙ୍ଗା ଆଜବେଷ୍ଟ ଘର ଗୁଡିକରେ ବିତୁଛି ଗ୍ରାମବାସୀଙ୍କ ଜୀବନ।

ପାହାଡ଼ ପର୍ବତ ଘେରା ଏହି ଗାଁରେ ପ୍ରାୟ ୬୦ ପରିବାର ରୁହନ୍ତି। ମାତ୍ର କେବେ ବି ସରକାରୀ ବାବୁଙ୍କର ଦେଖା ନାହିଁ l ପକ୍କାଘର ଟିଏ ପାଇଁ ବାରମ୍ବାର ଦାବି କରି ଆସୁଥିଲେବି ଆଜି ଯାଏଁ ପକ୍କାଘର ଯୋଜନାରେ କେହି ସାମିଲ ହୋଇ ନାହାନ୍ତି।  ଘରେ ଶୋଇବା ଦୂର କଥା ବସିବା ପାଇଁ ଜାଗା ଖଣ୍ଡିକ ନାହିଁ l ଯେଉଁ ଘରେ ରହୁଛନ୍ତି ସରୀସୃପର ଭୟ ମଧ୍ୟ ବହୁ ପରିମାଣରେ ରହିଛି l ମାତ୍ର ମୁଣ୍ଡଗୁଞ୍ଜିବାକୁ ଛାତ ନଥିବାରୁ ଏହି ଘରେ ବିତୁଛି ଜୀବନ। ଗରିବଙ୍କ ପାଇଁ ସରକାର ଆରମ୍ଭ କରିଥିଲେ ପକ୍କାଘର ଯୋଜନା। ମାତ୍ର ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ଅପହଞ୍ଚ। ଫଳରେ ବର୍ଷବର୍ଷ ଧରି ଅସୁରକ୍ଷିତ ଅବସ୍ଥାରେ ରହି ଆସୁଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପେଟୁର ପଂଚାୟତରେ ଆବାସ ଧୋକା | Argus News