Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ଆବାସ ଯୋଜନା ଅପହଞ୍ଚ, ଦୁର୍ଦୀନରେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ଆବାସ ଯୋଜନା ଅପହଞ୍ଚ, ଦୁର୍ଦୀନରେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅପହଞ୍ଚ ଆବାସ। ଝାଟିମାଟିର ଘରେ ଦିନ କାଟୁଛନ୍ତି ଦୁର୍ଗମବାସୀ। ଏମ୍. ଭି. 66 ଗ୍ରାମର ବାପା ମା ଛେଉଣ୍ଡ ଦିବ୍ୟାଙ୍ଗ ଚନ୍ଦ୍ରିକା ବାଇନ। ତାଙ୍କ ମା ସୁଲତା ବାଇନଙ୍କ ନାଁରେ 2021 ମସିହରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସିଥିବା ବେଳେ ଘର ଦିଆଯାଇନଥିଲା । ପରେ ସୁଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଶ୍ୟାମଲ ବାଇନଙ୍କ ନାଁରେ ଆବାସ ଲିଷ୍ଟ୍ ରେ ନାମ ସଂଯୋଗ ହେଲା ମାତ୍ର ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ପଛେ ମିଳିଲାନି ଆବାସ। ଫଳରେ ଏବେ ଏଇ ଝାଟିମାଟିର ଘରେ ଦିନ କାଟୁଛନ୍ତି ସୁଲତା।

ଖାଲି ଶ୍ୟାମେଲି ନୁହନ୍ତି କାଲିମେଳା ବ୍ଲକକୁ 6164 ଘର ଆସିଥିବା ବେଳେ ଗୁମ୍ଫାକୋଣ୍ଡା ପଞ୍ଚାୟତକୁ ଆସିଛି 296 ଘର ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ।ମାଲକାନାଗିରି କାଲିମେଳା ବ୍ଲକର ଦୁର୍ଗମ ଗାଁ ଗୁଡିକ ମଧ୍ୟରେ ଏମ୍. ଭି 66 ଅନ୍ୟତମ,  ଗାଁରେ 130ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ଗ୍ରାମରେ ସମସ୍ତ ପରିବାର ବଙ୍ଗୀୟ ସାମ୍ପ୍ରଦାୟର,1970 ମସିହାରୁ ଦଣ୍ଡକାରଣ୍ୟ ଯୋଜନାରେ ସେମାନଂକୁ ଥଇଥାନ କରାଯାଇ ଜମି ବାଡ଼ି ପ୍ରଦାନ କରିଥିଲେ ସରକାର l

ତେବେ ଦୀର୍ଘ 54 ବର୍ଷ ପରେବି ସାମାଜିକ ଅର୍ଥନୈତିକ ସ୍ଥିତି ଦୁର୍ବଳ। ସରକାର ଦୁର୍ଗମ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହା ଅପହଞ୍ଚ। ଫଳରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନ ଅପହଞ୍ଚ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Housing scheme in Durgam unreachable | Argus News