Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଣେ ଆଦିବାସୀ କେମିତି ହେଲେ ମୁଖ୍ୟମନ୍ତ୍ରୀ ?

Odisha

ଜଣେ ଆଦିବାସୀ କେମିତି ହେଲେ ମୁଖ୍ୟମନ୍ତ୍ରୀ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଣେ ଆଦିବାସୀ କେମିତି ହେଲେ ମୁଖ୍ୟମନ୍ତ୍ରୀ ?

ଅର୍ଗସ ବ୍ୟୁରୋ:  ନବ ନିର୍ବାଚିତ ବିଜେପି ସରକାରକୁ ବଦନାମ୍ କରିବାକୁ ବିଜେଡିର ବଡ ଷଡଯନ୍ତ୍ର । ସୋସିଆଲ୍ ମିଡିଆକୁ ମାଧ୍ୟମ କରି ମିଛ ପ୍ରଚାର ଚଳାଇଛନ୍ତି ବିଜେଡିର ଟ୍ରୋଲ୍ ଆର୍ମୀ । ସରକାରଙ୍କୁ ବଦନାମ କରିବା ଲାଗି ଶଙ୍ଖ ଭବନରେ ଖୋଲିଛି ଫେକ୍ ନିଉଜ ଫ୍ୟାକ୍ଟ୍ରି । ପ୍ରସଙ୍ଗ ଭିତ୍ତିକ ସମାଲୋଚନାରେ ନିଜ ଦଳର ପୋଲ୍ ଖୋଲିଯିବା ଭୟରେ ମିଛ ପ୍ରଚାର କୁ ସାହାର କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ଫେକ୍ ଆଇଡି ଖୋଲି ମିଥ୍ୟା ଖବର ଜରିଆରେ ଗୁଜବ ସୃଷ୍ଟି କରାଯାଉଛି । କେବଳ ସେତିକି ନୁହେଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,5-T, ମୋ ସରକାର,ଓଡିଶାରେ ଦେଶୀ ଓ ବେଦିଶୀ ମଦ ବନ୍ଦ ବୋଲି ମିଛ ଖବର ସୋସିଆଲ୍ ମିଡିଆରେ ଛଡାଯିବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତାହାର ସ୍ପଷ୍ଟିକରଣ ରଖିଛି । ଆଉ ଏହାକୁ ନେଇ ଅର୍ଗସକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ସରକାରଙ୍କ ନାଁରେ ଫେକ୍ ନ୍ୟୁଜ୍ ଛାଡୁଛନ୍ତି ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ସରକାରଙ୍କ ନାଁରେ ଏପରି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭ୍ରମିତ କରାଯିବାକୁ ନା ପସନ୍ଦ କରିଛନ୍ତି ବୁଦ୍ଧିଜିବି । ରାଜନୈତିକ ଦଳ ଲୋକଙ୍କ ସେବା ଓ ଭଲ ଚିନ୍ତା କରିବା ପରିବର୍ତ୍ତେ ଭୁଲ ବାର୍ତ୍ତା ଦେଇ ନକାରାତ୍ମକ ପରିବେଶ ସୃଷ୍ଟି ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି । ଏ ସବୁ ଭିତରେ ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଟିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏ ନେଇ ଖୁବଶୀଘ୍ର ବଡ ନିଷ୍ପତ୍ତି ନେଇପାରନ୍ତି ମୋଦି ସରକାର 3.0 । ଅନଲାଇନ୍ ପ୍ଲାଟଫର୍ମରେ ଭ୍ରମାତ୍ମକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How did a tribal become the chief minister? | Argus News