Videos
|
Odisha

ଜେଲରୁ କେମିତି ଫେରାର୍ ହେଲେ କଏଦୀ, ସୁରକ୍ଷା ବ୍ୟବସ୍ଥାରେ ଉଠିଲା ପ୍ରଶ୍ନ  

Manini Pattanayak
Browse all articles by Manini Pattanayak
·2 years ago
ଜେଲରୁ କେମିତି ଫେରାର୍ ହେଲେ କଏଦୀ, ସୁରକ୍ଷା ବ୍ୟବସ୍ଥାରେ ଉଠିଲା ପ୍ରଶ୍ନ  

ବଲାଙ୍ଗିର: ଟିଟିଲାଗଡ ଜେଲରୁ କେମିତି ଫେରାର୍ ହେଲେ ଦୁଇ ହତ୍ୟା ଅଭିଯୁକ୍ତ କଏଦୀ ?  24 ଘଣ୍ଟା ବିତିବାକୁ ବସିଲାଣି ଏଯାଏ ଫେରାର୍ କଏଦୀଙ୍କ ପତ୍ତା ମିଳିଲାନି । ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିବାବେଳେ ଦାୟିତ୍ବରେ ଥିବା ଜେଲରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।

ରବିବାର ଟିଟିଲାଗଡ଼ ଜେଲ୍‌ ଭିତରୁ ଦୁଇ କଏଦୀ ସମ୍ଭାବନା ରଣା ଓ ସୁମିତ ବିହାରୀ ଫେରାର ହୋଇଯାଇଛନ୍ତି । ଜେଲ୍‌ ଭିତରୁ ପାଚେରୀ ଡେଇଁ ଏମାନେ ଫେରାର ହୋଇଯାଇଛନ୍ତି । ଶୋଭାବନ ସିନ୍ଧେକେଲା ଅଞ୍ଚଳର ବହୁଚର୍ଚ୍ଚିତ ନରବଳୀର ଅଭିଯୁକ୍ତ ଏହି ଦୁଇ ଜଣ । ଦୀର୍ଘ ୪ ବର୍ଷ ହେଲା ଟିଟିଲାଗଡ଼ ଉପକାରାଗାରରେ ରହିଥିଲେ । ଜେଲରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଠିକ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
How did the prisoner escape from the jail, the question arose in the security system | Argus News