Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡ଼ି ସରକାରଙ୍କ ଅଘୋଷିତ ନୀତି, ଚାଲିଛି ଲୁଟ୍‌

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡ଼ି ସରକାରଙ୍କ ଅଘୋଷିତ ନୀତି, ଚାଲିଛି ଲୁଟ୍‌

ଅର୍ଗସ ବ୍ୟୁରୋ: ଲକ୍ଷେରେ ୧୫ ହଜାର ପକେଟରେ । ବିଜେଡ଼ି ସରାକରଙ୍କର ଏ ହେଉଛି ଅଘୋଷିତ ନୀତି । ଅଡିଓରୁ ଏକଥା ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ କେମିତି ଚାଲିଛି ପିସି ସରକାର । ବିଜେଡିକୁ ପାଣ୍ଠି ଯୋଗାଇବାରେ ବ୍ୟସ୍ତ ସରକାରୀ କଳ । ପାର୍ଟି ପାଇଁ ଟଙ୍କା ଗୋଟାଉଛନ୍ତି କନିଷ୍ଠ ଯନ୍ତ୍ରୀ, ଆଉ ଖୋଦ ଯନ୍ତ୍ରୀ ସାଜିଛନ୍ତି ଦଳୀୟ ପ୍ରତିନିଧି , ଯାହାର ଅଡିଓ କ୍ଲିପ୍ ଏବେ ଅର୍ଗସ ହାତରେ ଲାଗିଛି । କ୍ଲିପରେ ବାର୍ତ୍ତାଳାପରୁ ଶୁଣିବାକୁ ମିଳୁଛି ପ୍ରତ୍ୟେକ ଠିକାଦାର ଠାରୁ ଏକ ଲକ୍ଷ ଟଙ୍କାର କାମକୁ ୧୫ ପ୍ରତିଶତ ପିସି ବା ୧୫ ହଜାର ଟଙ୍କା ନେଉଛନ୍ତି ଯନ୍ତ୍ରୀ ବାବୁ । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ କର୍ମଚାରୀ କିଭଳି ଦଳୀୟ ପାଣ୍ଠିଆଦାୟ କରୁଛନ୍ତି ? ଟି-ଫର୍ ଟ୍ରାନ୍ସପରେନ୍ସି ନାଁରେ ଟିମ୍ ୱାର୍କରେ ହେଉଛି ଲୁଟ୍ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How is the PC government in the state? | Argus News