Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜେଲ୍ ସୁରକ୍ଷା

Odisha

ଜେଲ୍ ସୁରକ୍ଷା

Smruti Parija
Browse all articles by Smruti Parija
·2 years ago·2 min read
ଜେଲ୍ ସୁରକ୍ଷା

Key Points

  • ବଲାଙ୍ଗିରରେ ଜେଲ୍ ସୁରକ୍ଷା ବ୍ୟବସ୍ଥାର ଆଉ କେତେ ଉଡ଼ିବ ଧଜ୍ଜିଆ ?
  • 2 କେଏଦୀ ଫେରାର୍ ପରେ ବଢ଼ିଲା ପୀଡ଼ିତ ପରିବାରଙ୍କ ସୁରକ୍ଷା ଚିନ୍ତା
  • ଅଦାଲତରେ ପୀଡ଼ିତ ପରିବାରକୁ ହତ୍ୟାକାରୀ ଦେଇଥିଲା ହତ୍ୟା ଧମକ
  • ଶିଶୁବଳି ପରି ସଂଗୀନ ମାମଲାର ଅପରାଧୀଙ୍କୁ କେମିତି ଛୁଟ୍ ଦେଇଥିଲେ ଜେଲର୍ ?
  • ଦୋଷୀ ଜେଲ୍ ଅଧିକାରୀଙ୍କ ବିରୋଧରେ କାହିଁକି ହେଉନାହିଁ କାର୍ଯ୍ୟାନୁଷ୍ଠାନ ?

ଭୁବନେଶ୍ୱର: ଇଏ ଜଣେ ପୁଅକୁ ହରାଇଥିବା ମାଆର ଭୟ । ପୁଅକୁ ହତ୍ୟା କରିଥିବା ଅପରାଧୀ କୋର୍ଟରେ ଛିଡ଼ା ହୋଇ, ସମସ୍ତଙ୍କ ସାମ୍ନାରେ, ଖୁଲ୍ଲମଖୁଲ୍ଲା ପୀଡିତ ପରିବାରକୁ ଦେଇଥିଲା ହତ୍ୟା ଧମକ ।  କାହା ସାହସରେ ଏତେ ତାଉ ଦେଖାଉଛନ୍ତି ହତ୍ୟାକାରୀ । ଟିଟିଲାଗଡ଼ ଜେଲରୁ ଫେରାର ଦୁଇ କଏଦୀ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦେଉଛନ୍ତି ଖୁଲ୍ଲମଖୁଲ୍ଲା ଚ୍ୟାଲେଞ୍ଜ । ଦୁଇ କଏଦୀ ଶୋଭାବନ ରଣା ଓ ସୁମିତ ବିହାରୀ ଫେରାର୍ ହେବାକୁ 10 ଦିନ ବିତିଲାଣି, ଏଯାଏଁ ଏମାନଙ୍କୁ ଧରିବାରେ ଫେଲ୍ ପୋଲିସ । 

ଭାଇରାଲ୍ ଫଟୋରେ ଟିଟିଲାଗଡ଼ ଜେଲର ଅଧିକାରୀ ଓ ଅପରାଧୀଙ୍କ ଥିବା ଘନିଷ୍ଠ ସମ୍ପର୍କର ପର୍ଦ୍ଦାଫାସ୍ ହୋଇଛି। ଜେଲ୍ ପାଚେରୀ ବାହାରେ କଏଦୀଙ୍କ ସହ ଭୋଜିଭାତ କରିଥିଲେ ଜେଲ ସୁପରିଟେଣ୍ଡେଣ୍ଟ ଚିତ୍ତରଂଜନ ସାହୁ ଓ କର୍ମଚାରୀ।  ଅଭିଯୋଗ ହେଉଛି କଏଦୀ ଫେରାର୍ ହେବା ପଛରେ ଅଛି ଜେଲ୍ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଚ୍ଛନ୍ନ ସହଯୋଗ ଓ ସମର୍ଥନ। 

ଦୁଇ କଏଦୀ ସଂଗୀନ ମାମଲାର ଅଭିଯୁକ୍ତ । ଶୋଭାବନ ରଣା, ଗୁଣି ଗାରେଡ଼ି କରେ ଟିଟିଲାଗଡ଼ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇ ଜଣ ଶିଶୁଙ୍କୁ ବଳି ଦେଇଥିଲା। ସେହିପରି ସୁମିତ୍ ବିହାରୀ ସ୍ଥାନୀୟ ଡାକ୍ତରଖାନା ପରିସରରେ ଜଣେ ଶିଶୁକୁ ପଥରରେ ଛେଚି ହତ୍ୟା କରିଥିଲା। ଭୟଙ୍କର ଅପରାଧ କରି ଗିରଫ ହେଲେ ଆଉ ଜେଲରେ କଲେ ରାଜୁତି। ଅଭିଯୋଗ ହେଉଛି ଉଭୟ କଏଦୀ ଥିଲେ ଜେଲ୍ ଅଧିକ୍ଷକଙ୍କ ଅତ୍ୟନ୍ତ ଖାସ୍ ଓ ବିଶ୍ୱସ୍ତ। ବିନା ବାଧାରେ ଜେଲ ଭିତରେ ଓ ବାହାରେ ବୁଲୁଥିଲେ। ଜେଲ ପରିସର ବାହାରେ ଥିବା ଜେଲରଙ୍କ ଘର କାମ କରୁଥିଲା ଶୋଭାବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁମିତ୍ ତ ଥିଲା ଜେଲର ସର୍ଦାର। ସିସିଟିଭି ଫୁଟେଜ୍ ପାଇଁ ଥିବା କମ୍ପ୍ୟୁଟର ଯାଏଁ ଏମାନଙ୍କର ପହଞ୍ଚ ଥିଲା। ପୁରା ଘଟଣାରେ ବିବାଦୀୟ ଜେଲ୍ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁ। ଏଯାଏଁ କାହିଁକି ତାଙ୍କୁ ତଦନ୍ତପରିସରକୁ ଅଣାଯାଇନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ। କୁହାଯାଉଛି ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ପ୍ରକୃତ ଦୋଷୀ ବଡ଼ ଅଫିସରଙ୍କୁ ଖସାଇବାକୁ କରାଯାଉଛି ଚାଲ୍। 

ଆହୁରି ପଢନ୍ତୁ ଓଡିଶା ଖବର...

 

Sponsored
How much more will the prison security system in Balangir be destroyed | Argus News