CBSE Result / ଆଜି ଦିନ ୧୧ଟା ୩୦ରେ ପ୍ରକାଶ ପାଇବ CBSE ଦ୍ଵାଦଶ ରେଜଲ୍ଟ, ଏପରି ଦେଖନ୍ତୁ ରେଜଲ୍ଟ ...

Key Points
ଦିନ ୧୧ଟା ୩୦ରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ ।
ଫେବୃୟାରୀ ୧୭ରୁ ଏପ୍ରିଲ ୧୦ ଯାଏଁ ହୋଇଥିଲା ପରୀକ୍ଷା ।
ଆଜି ପ୍ରକାଶ ପାଇବ CBSE ଯୁକ୍ତ ୨ ରେଜଲ୍ଟ । ଦିନ ୧୧ଟା ୩୦ରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ । ଫେବୃୟାରୀ ୧୭ରୁ ଏପ୍ରିଲ ୧୦ ଯାଏଁ ହୋଇଥିଲା ପରୀକ୍ଷା । cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ରହିଛନ୍ତି ।
କେମିତି ଦେଖିବେ ରେଜଲ୍ଟ ?
ଫଳାଫଳ ଘୋଷଣା ହେବା ପରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରିପାରିବେ:
digilocker.gov.inକୁ ଯାଆନ୍ତୁ କିମ୍ବା DigiLocker ଆପ୍ ଖୋଲନ୍ତୁ ।
ପଞ୍ଜିକୃତ ମୋବାଇଲ୍ ନମ୍ବର ଏବଂ PIN ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ।
"Issued Documents" ବିଭାଗକୁ ଯାଆନ୍ତୁ ।
"ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)" ଚୟନ କରନ୍ତୁ।
"Class XII Marksheet 2026" ଉପରେ କ୍ଲିକ୍ କରନ୍ତୁ ।
ରୋଲ ନମ୍ବର ଏବଂ ସ୍କୁଲ କୋଡ୍ ସମେତ ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ ।
ଏବେ ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରନ୍ତୁ ।
ଏଥିସହ ପଢ଼ନ୍ତୁ: NCERT ପାଠ୍ୟପୁସ୍ତକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ସୂଚନା ଥାଉ କି, ଗତ ଫେବୃଆରୀ ୧୮ ତାରିଖଠାରୁ ଆରମ୍ଭ ହୋଇଥିଲା CBSE ଦଶମ ଓ ଦ୍ଵାଦଶ ପରୀକ୍ଷା । ପରୀକ୍ଷା ଦେଇଥିଲେ ଦେଶର ୪୫ ଲକ୍ଷରୁ ଅଧିକ ପିଲା । ମାର୍ଚ୍ଚ ୧୦ ଯାଏ ଚାଲିଥିଲା ପରୀକ୍ଷା । ଏହାପରେ ଦଶମର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ବୋର୍ଡ ମେ ୧୫ରୁ ଆରମ୍ଭ ହୋଇଥିଲା । ଗତ ଏପ୍ରିଲ ୧୫ ତାରିଖରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପୁଅଙ୍କୁ ଟପିଥିଲେ ଝିଅ । ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଥିଲେ ।
📱 Get Argus News App
✨Related Topics
Explore more stories