Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକଣା ସତ୍ତ୍ୱେ କେମିତି ରଥରେ ଚଢିଲେ ଅଣସେବାୟତ ?

Odisha

କଟକଣା ସତ୍ତ୍ୱେ କେମିତି ରଥରେ ଚଢିଲେ ଅଣସେବାୟତ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଟକଣା ସତ୍ତ୍ୱେ କେମିତି ରଥରେ ଚଢିଲେ ଅଣସେବାୟତ ?

ଅର୍ଗସ ବ୍ୟୁରୋ:  ଏବେ ସବୁଠି ଚର୍ଚ୍ଚାରେ ଏହି ଭିଡିଓ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ଜଣଙ୍କ ହାତ ଧରି ଟାଣି ଟାଣି ନେଉଥିବାର ଦୃଶ୍ୟ ଏବେ ଚର୍ଚ୍ଚାରେ। କିଏ ଏହି ବ୍ୟକ୍ତି ? କଣ ତାଙ୍କର ଅପରାଧ ? କାହିଁକି ତାଙ୍କୁ ଟାଣି ବାହାର କରୁଛନ୍ତି ମୁଖ୍ୟ ପ୍ରଶାସକ। ବଡ଼ଠାକୁରଙ୍କ ଆଡପ ପହଣ୍ଡି ସମୟରେ ଚାରମାଳରେ ଅଘଟଣ ଘଟିବା ପରେ ରଥ ଉପରକୁ ଚଢିବା ନେଇ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିଥିଲା। ଅଣ ସେବାୟତ ତ ଦୂରର କଥା ଅନାବଶ୍ୟକ ଭାବେ ସେବାୟତ ରଥରେ ଚଢିବା ମଧ୍ୟ ବାରଣ କରାଯାଇଥିଲା। ତେବେ ବାହୁଡ଼ା ଯାତ୍ରା ଦିନ ଦେବୀ ସୁଭଦ୍ରାଙ୍କ ରଥଉପରେ ଦୁଇ ଜଣେ ଅଣସେବାୟତ ଚଢିଥିବା ଖବର ପାଇବା ପରେ ମୁଖ୍ୟ ପ୍ରଶାସକ ସେଠାରେ ପହଞ୍ଚି ତୁରନ୍ତ ରଥରୁ ସେମାନଙ୍କୁ ଓହ୍ଲାଇବାକୁ କହିଥିଲେ। ସେବାୟତଙ୍କ ବେଶରେ ଥିବା ସଂପୃକ୍ତ ଅଣସେବାୟତ ତଳକୁ ଆସିବା ପରେ ତାଙ୍କ ହାତ ଧରି ଟାଣି ଟାଣି ନେଇଥିଲେ ମୁଖ୍ୟ ପ୍ରଶାସକ।

ମୁଖ୍ୟ ପ୍ରଶସକ ଅରବିନ୍ଦ ପାଢ଼ୀଙ୍କ ଏହି ଆଭିମୁଖ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି କଟକଣା ପରେ ବି ଏହି ଅଣସେବାୟତଙ୍କୁ ରଥ ଉପରକୁ ନେଇଥିଲା କିଏ ? ତାଙ୍କୁ ରଥ ଉପରକୁ ଚଢାଇଥିବା ସେବାୟତଙ୍କ ବିରୋଧରେ ବି ହେବ କି କାର୍ଯ୍ୟାନୁଷ୍ଠାନ ? ଆଡ଼ପ ପହଣ୍ଡି ଅଘଟଣ ପରେ ଅଭିଯୋଗ ହୋଇଥଲା ବହୁ ଅଣ ସେବାୟତ ସେବାୟତଙ୍କ ବେଶରେ ରଥ ଉପରେ ଚଢୁଛନ୍ତି। ଯାହା ନିୟମର ବିରୁଦ୍ଧାଚରଣ କରୁଛି ଏଥିସହ ରଥଯାତ୍ରାର ନୀତିକାନ୍ତିରେ ମଧ୍ୟ ବାଧା ସୃଷ୍ଟି କରୁଛି। ରଥଉପରେ ଚିହ୍ନଟ ହୋଇଥିବା ଦୁଇ ଅଣସେବାୟତଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to get on the rath non sevayat | Argus News