Videos
|
Odisha

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କେତେ ସତ କେତେ ମିଛ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କେତେ ସତ କେତେ ମିଛ ?

ଅର୍ଗସ ବ୍ୟୁରୋ:  ଓଡିଶାରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା 1 କୋଟି। ଅର୍ଥାତ ଗୋଟିଏ କୋଟି ପରିବାର ବିଜୁଳି ବ୍ୟବହାର କରୁଛନ୍ତି। ନବୀନ ପାଣ୍ଡିଆନ ଯୋଡି ନିର୍ବାଚନୀ ସଭାରେ ପ୍ରଚାର କରୁଛନ୍ତି ଜୁଲାଇରୁ 90 ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ ଦେବାକୁ ପଡିବ ନାହିଁ।  ଅର୍ଥାତ  90 ଲକ୍ଷ ପରିବାର ମାଗଣା ବିଜୁଳି ପାଇବେ। ତେବେ ଏ ପ୍ରଚାର ଓ ଏହାର ବାସ୍ତବତା ଭିତରେ ଫରକ କେତେ। କେତେ ପରିବାର 100 ୟୁନିଟ ଭିତରେ  ବିଜୁଳି ବ୍ୟବହାର କରୁଛନ୍ତି ସମୀକ୍ଷକଙ୍କ ହିସାବ କହୁଛି ଏମାନଙ୍କ ସଂଖ୍ୟା 25 ଲକ୍ଷ ଭିତରେ। ତେଣୁ 90 ଲକ୍ଷ ପରିବାରକୁ ମାଗଣା ବିଜୁଳି ଘୋଷଣା କେବଳ ଧୁଆଁବାଣ। ଜୁଲାଇରୁ ମାଗଣା ବିଜୁଳି ଦେବାକୁ ହେଲେ ରେଗୁଲାଟରୀ କମିଶନଙ୍କୁ ଜଣାଇବାକୁ ପଡିବ। ଏଥିପାଇଁ ଶୁଣାଣୀ ହେବ। କେତେ ଉପଭୋକ୍ତା 100 ୟୁନିଟ ଭିତରେ ବିଜୁଳି ବ୍ୟବହାର କରୁଛନ୍ତି ଓଇଆରସି ତାର ହିସାବ ଦେବେ। ଏସବୁ କିଛି  ନକରି କେବଳ ଘୋଷଣା ନିର୍ବାଚନ ଲଲିପପ ବୋଲି କହିଛନ୍ତି ସମୀକ୍ଷକ।

ଘରେ ଟିଭି କିମ୍ବା ଫ୍ରିଜ ଥିଲେ ମାସକୁ ବିଜୁଳି ବିଲ 100 ୟୁନିଟ  ଟପିଯିବ। ଏଇ ଯେମିତି ନୀଳଗିରିର ବାଙ୍ଗି ବେୱା। ଘରେ ଟିଭି ଅଛି, 2 ଫ୍ୟାନ, 5 ବଲ ଜାଳୁଛନ୍ତି। ବିଜୁଳି ବିଲ ପ୍ରତିମାସରେ 100ରୁ ଅଧିକ ଆସୁଛି। ଏଥର 187 ୟୁନିଟ ଆସିଛି। ତେଣୁ ସରକାରଙ୍କ ଘୋଷଣା ଏମାନଙ୍କ ପାଇଁ କେବଳ ଧୁଆଁବାଣ। ଘରେ ଗୋଟିଏ ଫ୍ୟାନ ଓ ଗୋଟିଏ ବଲ ଜଳୁଥିଲେ ମାସକୁ 100 ୟୁନିଟ ଭିତରେ ବିଜୁଳି ଖର୍ଚ୍ଚ ହେବ ବୋଲି କୁହାଯାଉଛି। ତେବେ ପ୍ରଶ୍ନ ଏମାନଙ୍କ ସଂଖ୍ୟା ପୁରା ରାଜ୍ୟରେ କେତେ।କେତେ ଲୋକ ଗୋଟିଏ ଫ୍ୟାନ ଓ ଗୋଟିଏ ବଲ ଜାଳୁଛନ୍ତି.. ରାଜ୍ୟର ବିଭିନ୍ନସ୍ଥାନରୁ ବିଜୁଳି ଉପଭୋକ୍ତା

2023 ମାର୍ଚ୍ଚ 17ରେ ଖୋଦ ଶକ୍ତି ମନ୍ତ୍ରୀ ବିଧାନସଭାରେ କହିଥିଲେ ଓଡିଶାରେ ମାଗଣା ବିଜୁଳି ଯୋଗାଇବା ସମ୍ଭବ ନୁହେଁ। ଯଦି ମାଗଣା ବିଜୁଳି ଦିଆଯାଏ ତେବେ ଶ୍ରୀଲଙ୍କ ପରି ସ୍ଥିତି ଉପୁଜିବ। ତେବେ ନିର୍ବାଚନ ପୂର୍ବରୁ ଘୋଷଣା ଯୋଜନା କିପରି ନିର୍ବାଚନ ପରେ ବନ୍ଦ ହୋଇଯାଇଛି ତାର ଉଦାହରଣ ରଖି 24 ବର୍ଷର ସରକାରର ଏବେ ମାଗଣା ବିଜୁଳି କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏପଟେ ବିଜେପି ମୁଖପାତ୍ର  ଅନିଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି ଯଦି 90 ପ୍ରତିଶତ ପରିବାର 100 ୟୁନିଟରୁ କମ ବିଜୁଳି ବ୍ୟବହାର କରୁଛନ୍ତି ତେବେ 24 ବର୍ଷରେ ସରକାର କଣ ପ୍ରଗତି କରିଛନ୍ତି। ମାତ୍ର 10ରୁ 15 ପ୍ରତିଶତ ପରିବାର 100 ୟୁନିଟ ଜାଳୁଛନ୍ତି ବୋଲି ତଥ୍ୟ ରଖି ଲୋକଙ୍କ ଭୂଆ ବୁଲାଇବା ପାଇଁ ଏ ଘୋଷଣା ବୋଲି ବିଜେପି କହିଛି।

ଓଡିଶାରୁ ଉତ୍ପାଦିତ ବିଜୁଳି ତାମିଲନାଡୁକୁ ୟୁନିଟ ପିଛା ୨ ଟଙ୍କା ୫୨ ପଇସାରେ ବିକ୍ରି ହେଉଥିବା ବେଳେ ଓଡିଶାକୁ କାହିଁକି ୨ ଟଙ୍କା ୮୨ ପଇସାରେ ବିକ୍ରି ହେଉଛି  ବୋଲି ପ୍ରଶ୍ନ କରିଛି ଦଳ। ରାଜ୍ୟରେ 13 ହଜାର 400 ଗାଁକୁ ବିଜୁଳି ଯାଇ ନଥିବା ବେଳେ  9 ହଜାର 510 ସ୍କୁଲକୁ ଏପର୍ଯନ୍ତ ବିଜୁଳି ଦେଇପାରିନାହାଁନ୍ତି ରାଜ୍ୟ ସରକାର। ଏପରି ସ୍ଥିତିରେ ଓଇଆରସି ବିନା ଅନୁମତିରେ ଜୁଲାଇରୁ ମାଗଣା ବିଜୁଳି ଘୋଷଣା କେବଳ ନିର୍ବାଚନୀ ଧୁଆଁ ବାଣ ହେବନି ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

How true is the free electricity promise of BJD? | Argus News