Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦଦରା ଘରେ ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ କିଭଳି?

Odisha

ଦଦରା ଘରେ ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ କିଭଳି?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦଦରା ଘରେ ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ କିଭଳି?

ଅର୍ଗସ ବ୍ୟୁରୋ:   ବିଜୁ ପଟ୍ଟନାୟକ ଙ୍କ ଅମଳ ର ଏ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ 2-7-1990 ମସିହାରେ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କ ପ୍ରତୋକ୍ଷ ତତ୍ତ୍ଵାବଧାନରେ ବୁରାତାଲ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗୁଡିପଦର ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା,ଦୀର୍ଘ 34 ବର୍ଷ ର ବିଦ୍ୟାଳୟ, ଏବେ ଏପରି ଅବେବସ୍ଥା ଭିତରେ କହିଲେ ନସରେ । ଭଙ୍ଗା ଆଜବେଷ୍ଟସ ଓ ଭଙ୍ଗା ଟିଣ ତଳେ  ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ନବୀନ ପଟ୍ଟନାୟକଙ୍କ ଅମଳରେ ବିଦ୍ୟାଳୟ ର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟସରକାର 5T ଯୋଜନା ମାଧ୍ୟମରେ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଦେଲେ କିନ୍ତୁ ଆଜି ବି ଗୁଡିପଦର ପ୍ରାଥମିକ ବିଦ୍ୟାଳୟ ର ଭୈଗଳିକ ଅବସ୍ଥିତି ରେ କୈ।ଣସି ପରିବର୍ତ୍ତନ ଆସିନାହିଁ । ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ପଡ଼େ ବର୍ଷା ପାଣି ପଡ଼ିଲେ ଅଧାରୁ ପାଠପଢ଼ା ବନ୍ଦ ହୋଇଯାଏ । ବହି ବସ୍ତାନୀ ଧରି ଘର ବାହୁଡ଼ନ୍ତି ପିଲେ,। ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ତ ଦୂର ଶୈ।ଚାଳୟ ସୁବିଧା ମଧ୍ୟ ନାହିଁ ..ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେଉଛି ।

ବର୍ଷା ଦିନ ରେ ଭଙ୍ଗା ଦଦରା ଅବସ୍ଥାରେ ଥିବା  ରୋଷେଇ ଘର ଯୋଗୁଁ ପିଲା ଙ୍କ ମଧ୍ୟାହ୍ନ ଭୋଜନରେ ବି ଅନେକ ଅସୁବିଧାହୁଏ, ଏଣୁ ଅଧା କିଲୋ ମିଟର ଦୂରରୁ ପାଣି ଆଣି ସ୍କୁଲ ହେଲ୍ପର ନିଜ ଘରେ ରୋଷେଇ କରିଆଣି ଖାଇବାକୁ ଦିଅନ୍ତି । ଖୋଲା ଆକାଶ ତଳେ କିମ୍ବା ଟିଣ କୋଠରୀ ରି ସ୍କୁଲ ଘରେ ବସି ପିଲେ ଖାଉଥିବାର ଦୃଶ୍ୟ ଭାରି ଅରୁଚିର ଲାଗେ ।  ବର୍ତମାନ ସରକାର ବଦଳିଛି  ମୋହନ  ସରକାର ଉପରେ ଭରସା ଅଛି,ସ୍ଥିତି ବଦଳିବ ବୋଲି କହିଛନ୍ତି ଗ୍ରାମବାସୀ ।ପୂର୍ବ ସରକାର ଅମଳରେ 5T ନାଁ କେବଳ ଦୁର୍ନୀତି ହେଲା, ପିଲାଙ୍କ ଭବିଷ୍ୟତ ଗଢ଼ିବା ବଦଳରେ ଭବିଷ୍ୟତ କୁ ନଷ୍ଟ କରାଗଲା । ଆଶା  ନୂତନ ସରକାରରେ ସମୟ ବଦଳିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How will the future of the state be built in fall wall | Argus News