Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ

Swayangprajna Mishra
Browse all articles by Swayangprajna Mishra
·1 year ago
ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ

ବରଗଡ : ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ । ମହାପ୍ରୟାଣ ଗାଡ଼ି ବାବଦରେ ଟଙ୍କା ନେବା ପଡିଲା ମହଙ୍ଗା । ମହାପ୍ରୟାଣ ଗାଡ଼ି ବାବଦରେ ମୃତକଙ୍କ ପରିବାର ଠାରୁ 3000 ଟଙ୍କା ନେଇଥିଲେ ସରକାରୀ ଡ୍ରାଇଭର  ହୃଷିକେଶ ଭୋଇ । ଯାହାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିଲା । ତଦନ୍ତ କମିଟିର ରିପୋର୍ଟ ଅନୁସାରେ ଡ୍ରାଇଭର ହୃଷିକେଶ ଭୋଇଙ୍କ ଉପରେ ଆକ୍ସନ ନେଇଛି ଜିଲ୍ଲା ପ୍ରଶାସନ ।

ଅଧିକ ପଢନ୍ତୁ : ଶ୍ରୀକ୍ଷେତ୍ରରେ କଂସ ରାଜା, ମହୋଦଧିରେ ପାପ ଧୋଇଲେ ଧନୁଯାତ୍ରାର କଂସ

ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରାଯିବା ସହ ତାଙ୍କ ନାଁରେ ଭଟଲି ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଫଆଇଆର୍ ଦିଆଯାଇଥିବା ବରଗଡ଼ ସିଡ଼ିଏମଓ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hrishikesh, the king kansa of the Bargarh dhanujatra drama, was suspended from his job | Argus News