ଭଣ୍ଡାରିପୋଖରୀ ବିଜେପିର ମହା ମିଶ୍ରଣ ପର୍ବ
·2 years ago·1 min read

ଭଦ୍ରକ: ଫାଟୁଛି ଶଙ୍ଖ ଶିବିର ବିଜେପି ମୁହାଁ ହୋଇଛନ୍ତି ମାଳ ମାଳ କର୍ମୀ ନେତା ଓ ସାଧାରଣ ଭୋଟର । ଭଦ୍ରକ ଭଣ୍ଡାରିପୋଖରୀ ପାଳଦା ବାଙ୍କ ନିକଟରେ ବିଜେପି ପକ୍ଷରୁ ଆଜି ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।
ଏହି ଅବସରେରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମାମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ତଥା ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ବିଜେପି ନେତା ଡ଼ ସୁଧାଂଶୁ ଶେଖର ନାୟକ, ବଦ୍ରି ନାରାୟଣ ଧଳଙ୍କ ସହ ବହୁ ବରିଷ୍ଠ ନେତୃତ୍ୱ ମଞ୍ଚାସିନ ଥିବାବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ କର୍ମୀ ବିଜେଡ଼ି, କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
ତେବେ ବିଜେପି ପକ୍ଷରୁ ନୂତନ ଭାବେ ମିଶିଥିବା କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ, ଟୋପି ଓ ଦଳୀୟ ଉତ୍ତରୀୟ ଦିଆଯାଇ ଦଳକୁ ସ୍ବାଗତ କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...