ବିପୁଳ ପରିମାଣର ଗୋ ମାଂସ ଜବତ
·1 year ago

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ବିପୁଳ ପରିମାଣର ଗୋ ମାଂସ ଜବତ । ଆଜି ସକାଳୁ ଡିଆରଡିଏ ଛକ ନିକଟରୁ ଏକ ଗୋ ମାଂସ ବୋଝେଇ ଗାଡିକୁ ଅଟକ ରଖିଥିଲେ ବଜରଙ୍ଗ ଦଳର ସଦସ୍ୟ । ପରେ ଛତ୍ରପୁର ପୋଲିସ ପହଞ୍ଚି ଉକ୍ତ ଗାଡିକୁ ଜବତ କରିଛି ।
ଗାଡିରୁ ୧୨ ଟନର ଗୋ ମାଂସ ଜବତ ହୋଇଥିବାବେଳେ ଏହା କଟକରୁ ହାଇଦ୍ରାବାଦ ଚାଲାଣ ହେଉଥିଲା । ପୋଲିସ ଗାଡି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଗତ ଦୁଇ ମାସ ଭିତରେ ଛତ୍ରପୁର ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥରୁ ୯ଟି ଗୋ ମାଂସ ଗାଡି ଜବତ ହୋଇଛି । ତେବେ ଏହି କାରବାରର ମୁଖ୍ୟ ଚାଲାଣକାରୀକୁ ଗିରଫ କରିବାକୁ ଦାବି କରିଛନ୍ତି ବଜରଙ୍ଗ ଦଳ ସଦସ୍ୟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: