ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
·2 years ago

ମୟୂରଭଞ୍ଜ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ । ମୟୁରଭଞ୍ଜ ଜିଲ୍ଲା ତଥା ତିନି ରାଜ୍ୟ ସୀମାନ୍ତ ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ଅଞ୍ଚଳରେ ପୋଲିସ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର 220 ଲିଟର ବିଦେଶୀ ମଦ ଜବଦ କରିବା ସହିତ ଜଣକୁ ଗିରଫ କରିଛି ଝାରପୋଖରୀଆ ପୋଲିସ ।
ଗିରଫ ଅଭିଯୁକ୍ତ ହେଲେ ସାରସକଣା ଗ୍ରାମର ଜଗତ ମହନ ସାହୁ ବୟସ ୩୦।
ଜବଦ ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ୧,୩୩୦୦୦/-ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣା ନେଇ ଝାରପୋଖରିଆ ଥାନା ରେ କେସ ନଂ.୫୮/୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଝାରପୋଖରୀଆ ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: