Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

Ritu Das
Browse all articles by Ritu Das
·2 years ago·1 min read
କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଅର୍ଗସ ବ୍ୟୁରୋ: ଭୁଶୁଡିଛି ମାଓଗଡ଼ । ମାଲକାନଗିରି ପୋଲିସ ଦ୍ବାରା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଇଡି, ୩କେଜି ଓଜନର ୩ଟି ଆଇଇଡି  ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି । 

ମାଓବାଦୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀକୁ ମାଟି ତଳେ ଲୁଚାଇ ରଖିଥିଲେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଓଡିଶା ସୀମାନ୍ତରେ ଥିବା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ।  ଏହାପରେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶରେ ଡିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ମିଳିତ ଅପରେଶନ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Huge quantity of | Argus News