Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାଲିମେଳାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Odisha

କାଲିମେଳାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Smruti Parija
Browse all articles by Smruti Parija
·2 years ago·1 min read
କାଲିମେଳାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିରେ ପୁଣି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛି କି ମାଓ ସଂଗଠନ ? କାଲିମେଳା ଅଂଚଳରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଦ୍ର ଓଡିଶା ସୀମାନ୍ତ ଅଂଚଳରେ କୁମ୍ବିଂ ଅପରେସନ ଚାଲୁଥିବାବେଳେ  ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା । କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁରର ଜଙ୍ଗଲ ମଧ୍ୟରୁ ମାଟି ତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି ପୋଲିସ । 

22 ତାରିଖରୁ ଆରମ୍ଭ ହୋଇଥିବା ଅପରେସନରେ ଗତକାଲି ସୁରକ୍ଷା ବହିନୀ ଜବତ କରିଛନ୍ତି ମାଓ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ SBML ଗନ୍, 12 ଟି ବିଭିନ୍ନ ସାଇଜର ଟିଫିନ IED , 5 ଟି ଗ୍ରେନେଡ଼, 1.5 କେଜି କାଡେ଼କ୍ସ ୱାରୀ , ତିନୋଟି ଇଲେକ୍ଟ୍ରିକ ଡେଟୋନେଟର, 39 ଟି ଯିଲଟିନ ଷ୍ଟିକ ଭଳି ପ୍ରାୟ 34 ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି । 

ସମସ୍ତ ସାମଗ୍ରୀ ଜବତ ପରେ ଅନୁମାନ କରାଯାଉଛି ଯେ ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ପୁଣି ନିଜ କାୟା ବିସ୍ତାର କରିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ।  ଗୁଇନ୍ଦା ବିଭାଗ ସତର୍କ ରହିଛି ଏବଂ ଏହି ସବୁ ସାମଗ୍ରୀ ଆନ୍ଦ୍ର ଓଡିଶା ବଡ଼ର୍ର ଜୋନାଲ କମିଟିର ହୋଇଥିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
Huge quantity of Mao material seized from Kalimela-malkangiri | Argus News