Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମାଲିକାଣୀଙ୍କ ମୃତ୍ୟୁ ପରେ ଝୁରୁଛି 'ଆଭା'

Odisha

ମାଲିକାଣୀଙ୍କ ମୃତ୍ୟୁ ପରେ ଝୁରୁଛି 'ଆଭା'

Jitendra Dash
Browse all articles by Jitendra Dash
·2 years ago·2 min read
ମାଲିକାଣୀଙ୍କ ମୃତ୍ୟୁ ପରେ ଝୁରୁଛି 'ଆଭା'

ଅର୍ଗସ ବ୍ୟୁରୋ : ମଣିଷ ଓ କୁକୁର ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । କୁହାଯାଏ ପୋଷା କୁକୁର ନିଜ ମଣିଷଙ୍କ ହୃଦୟର କଥାକୁ ଗଭୀରତାର ସହ ଅନୁଭବ କରି ପାରେ । ପାଟିରେ ବୟାନ କରି ପାରୁନଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ ନିଜ ମନ କଥା ପ୍ରକାଶ କରିଥାନ୍ତି । ଏମିତି  ହିଁ ଏକ ଘଟଣା ଘଟିଛି ପୋଷା କୁକୁର ଆଭା ସହ । କୁକୁରଟିର ନିରୀହ ଆଖିର ଲୁହ ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି, ବାଙ୍କୀ NAC ୱାର୍ଡ ନମ୍ବର ୫ ବେଦପୁର ଗ୍ରାମରେ । ଆଜି ଆଭା ଆଖିରେ ଲୁହ ବୋଲ ମାନିନି । ଏ ଲୁହ ପ୍ରେମର ଲୁହ, ଆଉ ଭଲ ପାଉଥିବାର ସାକ୍ଷୀ । ଏଠି ଚାଲିଛି ଦଶାହ କର୍ମ । ଆଉ ଚାଲିଛି ବ୍ରାହ୍ମଣର ମନ୍ତ୍ର । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମସ୍ତଙ୍କ ପ୍ରିୟ ଥିଲା ଆଭା । ଦିନ ଗଡ଼ିବା ଅନୁଯାଇ ଆଭାର ମଧ୍ୟ ବୟସ ବଢିଥାଏ । ଆଉ ଆଭା ପ୍ରମିଳାଙ୍କୁ ନିଜ ଜନ୍ମ ଦାତ୍ରୀ ମା' ବୋଲି ଭାବେ । ସହୁ ସମୟରେତାଙ୍କ ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ ରହେ ଆଭା । ସକାଳୁ ସଞ୍ଜ ପ୍ରମିଳାଙ୍କୁ ଏକୁଟିଆ ଛାଡି କୁଆଡେ ଯାଏ ନାହିଁ । କିନ୍ତି ଏବେ ଆଭାକୁ ଏକୁଟିଆ କରି ଚାଲିଯାଇଛି ତା ମା'  । ପ୍ରମିଳାଙ୍କ ଯେବେ ଦେହ ଅସୁସ୍ଥ ବୋଇଥିଲା ସେ ଦିନ ଠାରୁ ଖାଇବା ପିଇବା ଛାଡି ଦେଇଥିଲା । ବୋଉ ଚାଲିଯିବା ପରେ ବୋଉଙ୍କୁ ଝୁରି ଲୁହ ଝରାଇ ଆଜି ସେ ମଧ୍ୟ ଭାଙ୍ଗି ପଡିଛି  । 

ମଣିଷ ସହିତ କୁକୁରର ଏଭଳି ନିବିଡ଼ ସମ୍ପର୍କକୁ ଦେଖି ଆଜି ସମସ୍ତେ ଚକିତ । ଗ୍ରାମ ସହିତ ଆଖ ପାଖ ଅଞ୍ଚଳରେ ଏବେ କୁକୁର ଆଭାକୁ ନେଇ ସବୁଠି ଚର୍ଚ୍ଚା । ଆଜିର ସ୍ୱାର୍ଥପର ଦୁନିଆରେ ସ୍ୱାର୍ଥ ପାଇଁ ନିଜ ରକ୍ତର ସମ୍ପର୍କରେ ସମ୍ପତି ପାଇଁ ହଣା କଟା ହେଉଛନ୍ତି । କିନ୍ତି ଏଭଳି ଭଲ ପାଇବାକୁ ପ୍ରଂଶସା କରିଛନ୍ତି ବେଦପୁର ଗ୍ରାମର ବୁଦ୍ଧିଜୀବୀ । ଏହି ଭଲ ପାଇବା ଅତ୍ମୀୟତାର ସନ୍ଦେଶ ଦେଉଥିବା ବେଳେ, ମଣିଷ ସମାଜ କେତେ ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଲା ।
 

Painting
Sponsored
human dog relationship | Argus News