Human Sagar Death Case / ହ୍ୟୁମାନ ସାଗର ମୃତ୍ୟୁ ଘଟଣା: 'ଏତଲାରେ ରହିଛି ଯାହା ନାଁ, ସମସ୍ତଙ୍କୁ କରାଯିବ ପଚରାଉଚରା'
·8 months ago·2 min read

Key Points
ହ୍ୟୁମାନ ସାଗର ମୃତ୍ୟୁ ଘଟଣା
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ସୂଚନା
ଏମ୍ସ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିବା କହିଲେ କଟକ ଡିସିପି

ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମା’ ଶେଫାଳୀଙ୍କ ଏତଲା ପ୍ରସଙ୍ଗ । ବଡ଼ ବୟାନ ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ସେ କହିଛନ୍ତି, ଏତଲା ଆଧାରରେ ତଦନ୍ତ କରାଯାଉଛି । ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ବୋଲି କଟକ ଡିସିପି କହିଛନ୍ତି ।
ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ହ୍ୟୁମାନଙ୍କ ୨ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ, ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ଡାକ୍ତର ଶୁଭେନ୍ଦୁ ମିଶ୍ର ଓ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ନାଁରେ ବି FIR କରିଥିଲେ ହ୍ୟୁମାନଙ୍କ ମାଆ । ଆଉ ଏହି ଏତଲା ପରେ ତନାଘନା ଆରମ୍ଭ କରିଛି ପୋଲିସ ।
ସେପଟେ କିଏ କେମିତି ହ୍ୟୁମାନଙ୍କୁ ମାନସିକ ଚାପ ଦେଉଥିଲେ ? ନିର୍ଯାତନା, ବିଷକ୍ରିୟା ଓ ନିଶାଦ୍ରବ୍ୟ ପ୍ରୟୋଗ ହେଉଥିଲା କି ? କିଏ ଓ କାହିଁକି ହ୍ୟୁମାନଙ୍କୁ ଦେଉଥିଲେ ଧମକଚମକ ? ତାଙ୍କ ଟଙ୍କା ଆତ୍ମସାତ ହୋଇଛି କି ? କିଛି ଚଞ୍ଚକତା କରିଥିଲେ କି ଦୁଇ ମ୍ୟାନେଜର ? ଡିଜିଟାଲ ପ୍ରମାଣ ଆଉ କିଏ ନଷ୍ଟ କରିଛନ୍ତି ? ହ୍ୟୁମାନଙ୍କ ସହ ଅର୍ପିତାଙ୍କ ସମ୍ପର୍କ ଓ ମୃତ୍ୟୁ ପାଇଁ ସେ କିଭଳି ଦାୟୀ ? ଶ୍ରେୟାଙ୍କ ସହ ଦାମ୍ପତ୍ୟ ବିବାଦ, ଅଲଗା ହେବା ଓ ଝିଅ ସହ ଭେଟ କରାଇ ଦେଉ ନଥିବା ଅଭିଯୋଗର ସତ ଜାଣିବାକୁ ତଦନ୍ତର ମୂଳକୁ ଯିବ ପୋଲିସ ।
ସେହିପରି ହ୍ୟୁମାନଙ୍କ ମାଆ ଦେଇଥିବା ଏତଲାରେ ଥିବା ୯ ଜଣଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷରେ କ'ଣ ଭୂମିକା ରହିଛି ? ଏମିତି ତମାମ ଦିଗରେ ତଦନ୍ତକୁ ବ୍ୟାପକ କରିବା ସହ ନିଷ୍କର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଏବେ ସମସ୍ତଙ୍କ ନଜର ହ୍ୟୁମାନ ମୃତ୍ୟୁ ପଛର ରହସ୍ୟକୁ ପୋଲିସ କେବେ ଲୋକଲୋଚନକୁ ଆଣିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଡିସେମ୍ବର ୨୧ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଇଥିଲେ ମାଆ ଶେଫାଳି ସୁନା । କଟକ ମର୍କତ ନଗର ଥାନାରେ ସେ ଏତଲା ଦେଇ ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଥିଲେ । ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଥିଲେ ହ୍ୟୁମାନଙ୍କ ମାଆ ।
Related Topics
Explore more stories