Humane Sagar Death Case / ହ୍ୟୁମାନଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗ, ୨ ମ୍ୟାନେଜରଙ୍କ ନାଁରେ ଏତଲା
·4 months ago·2 min read

Key Points
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା
ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଏତଲା
ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ
ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଏତଲା
ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ FIR ହୋଇଛି । କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ମାମଲା ହୋଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କ ବିଭିନ୍ନ ଷ୍ଟେଜ ଶୋ' କରାଉଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।
ଏହା ସହ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମା'ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ମା'ଙ୍କୁ ଏଭଳି ଭାଷାରେ ଗାଳି ଦେବାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କୋଶଲ ମୁକ୍ତି ମୋର୍ଚ୍ଚା ।
ଅଧିକ ପଢ଼ନ୍ତୁ: ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ
ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।"
ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ' ଆୟୋଜକଙ୍କୁ ଦାୟୀ କରିଛନ୍ତି ତାଙ୍କ ମାଆ । ଏସବୁ ପାଇଁ ପପୁ, ପ୍ରଶାନ୍ତ ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଖୋଲାଖୋଲି ଭାବେ ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ ।
ସେପଟେ ହ୍ୟୁମାନଙ୍କ ମାଆ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସହ କାମ କରୁଥିବା ସହଯୋଗୀ । ସେମାନେ କହିଛନ୍ତି, "ଚିକିତ୍ସା ପରେ ହ୍ୟୁମାନ ସୁସ୍ଥ ହେଉଥିଲେ । ଡାକ୍ତରଙ୍କ କହିବା ଅନୁସାରେ ହ୍ୟୁମାନ ଘରେ ଔଷଧ ଖାଉ ନଥିଲେ । କିନ୍ତୁ ହ୍ୟୁମାନ୍ ଔଷଧ ନ ଖାଇ ସବୁବେଳେ ଖାଉଥିବା ନେଇ କହୁଥିଲେ ।"
ସୂଚନା ଅନୁସାରେ, ଓଡ଼ିଶାର 'ଅରିଜିତ ସିଂହ' ଭାବେ ପରିଚିତ ଥିଲେ ହ୍ୟୁମାନ ସାଗର । ରୋମାଣ୍ଟିକ ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିଲେ, ଦୁଃଖ ସଙ୍ଗୀତରେ ବଖାଣୁଥିଲେ ଧୋକ୍କା ଖାଇଥିବା ପ୍ରେମିକର ହୃଦୟର କଥା । ୧୯୯୦ ମସିହା ନଭେମ୍ବର ୨୫ରେ ବଲାଙ୍ଗିରର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ ସାଗର ।
ସଙ୍ଗୀତ ସହ ପରିବାର ଜଡ଼ିତ ଥିବାରୁ ପିଲାଟି ଦିନରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲ୍ରୁ କଲେଜ ଏପରିକି ରାଜ୍ୟସ୍ତରରେ ଗୀତ ଗାଇ ସେ ପାଇଥିଲେ ପୁରସ୍କାର । କଲେଜ ସମୟରେ ସେ ତାଙ୍କ ସ୍ଵର ପାଇଁ ଲାଇମ୍ ଲାଇଟ୍ରେ ଥିଲେ ।
ଏହା ସହ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମା'ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ମା'ଙ୍କୁ ଏଭଳି ଭାଷାରେ ଗାଳି ଦେବାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କୋଶଲ ମୁକ୍ତି ମୋର୍ଚ୍ଚା ।
ଅଧିକ ପଢ଼ନ୍ତୁ: ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ
ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।"ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ' ଆୟୋଜକଙ୍କୁ ଦାୟୀ କରିଛନ୍ତି ତାଙ୍କ ମାଆ । ଏସବୁ ପାଇଁ ପପୁ, ପ୍ରଶାନ୍ତ ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଖୋଲାଖୋଲି ଭାବେ ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ ।
ସେପଟେ ହ୍ୟୁମାନଙ୍କ ମାଆ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସହ କାମ କରୁଥିବା ସହଯୋଗୀ । ସେମାନେ କହିଛନ୍ତି, "ଚିକିତ୍ସା ପରେ ହ୍ୟୁମାନ ସୁସ୍ଥ ହେଉଥିଲେ । ଡାକ୍ତରଙ୍କ କହିବା ଅନୁସାରେ ହ୍ୟୁମାନ ଘରେ ଔଷଧ ଖାଉ ନଥିଲେ । କିନ୍ତୁ ହ୍ୟୁମାନ୍ ଔଷଧ ନ ଖାଇ ସବୁବେଳେ ଖାଉଥିବା ନେଇ କହୁଥିଲେ ।"
ସୂଚନା ଅନୁସାରେ, ଓଡ଼ିଶାର 'ଅରିଜିତ ସିଂହ' ଭାବେ ପରିଚିତ ଥିଲେ ହ୍ୟୁମାନ ସାଗର । ରୋମାଣ୍ଟିକ ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିଲେ, ଦୁଃଖ ସଙ୍ଗୀତରେ ବଖାଣୁଥିଲେ ଧୋକ୍କା ଖାଇଥିବା ପ୍ରେମିକର ହୃଦୟର କଥା । ୧୯୯୦ ମସିହା ନଭେମ୍ବର ୨୫ରେ ବଲାଙ୍ଗିରର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ ସାଗର ।
ସଙ୍ଗୀତ ସହ ପରିବାର ଜଡ଼ିତ ଥିବାରୁ ପିଲାଟି ଦିନରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲ୍ରୁ କଲେଜ ଏପରିକି ରାଜ୍ୟସ୍ତରରେ ଗୀତ ଗାଇ ସେ ପାଇଥିଲେ ପୁରସ୍କାର । କଲେଜ ସମୟରେ ସେ ତାଙ୍କ ସ୍ଵର ପାଇଁ ଲାଇମ୍ ଲାଇଟ୍ରେ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories