Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ବେଳାଭୂମିରୁ ମଣିଷ ଖପୁରୀ ଓ ନରକଙ୍କାଳ ଉଦ୍ଧାର

Odisha

ପୁରୀ ବେଳାଭୂମିରୁ ମଣିଷ ଖପୁରୀ ଓ ନରକଙ୍କାଳ ଉଦ୍ଧାର

Smruti Parija
Browse all articles by Smruti Parija
·1 year ago·1 min read
ପୁରୀ ବେଳାଭୂମିରୁ ମଣିଷ ଖପୁରୀ ଓ ନରକଙ୍କାଳ ଉଦ୍ଧାର

ପୁରୀ:  ପୁରୀ ବେଳାଭମିରୁ ମଣିଷ ଖପୁରୀ ଓ ନରକଙ୍କାଳ ଉଦ୍ଧାର । ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ  ପଡିଥିବା ଦେଖିବାକୁ ମିଳିଛି । ଖପୁରୀଟି ଏକ ପୁରୁଷର ବୋଲି ସାର୍ଟରୁ ଅନୁମାନ କରାଯାଉଛି । ତେବେ ଏହି ମୃତ ଦେହଟି ବଳିଆପଣ୍ଡା ଥାନା ଅଞ୍ଚଳରେ ପଡିଛି । 

ବଳିଆପଣ୍ଡା ଥାନା ପୋଲିସ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଉଦ୍ଧାର କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏଫଏମଡି ଡିପାର୍ଟମେଣ୍ଟକୁ ପଠାଯାଇଛି । ରିପୋର୍ଟ ଆଧାରରେ ତଦନ୍ତ କରାଯିବ ବୋଲି ବଳିଆପଣ୍ଡା ପୋଲିସ ସୂଚନା ଦେଇଛି ।  ଏହି ମୃତଦେହ କାହାର ତାହା ଜଣାପଡି ନାହିଁ । 

ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଏହି ସ୍କେଲିଟନର ପରିଚୟ ଖୋଜିବା ପୁରୀ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Human-skeleton-recovered-from-puri-beach | Argus News