କେଉଁଠୁ ଆସିଲା ଏତେ ଆଧାରକାର୍ଡ ?

ବ୍ରହ୍ମପୁର: ରାସ୍ତା କଡ ଡ୍ରେନରେ ପଡ଼ି ରହିଛି ଶହ ଶହ ଆଧାର କାର୍ଡ । ଏହି ସବୁ ଆଧାର କାର୍ଡ ଏଠାକୁ କୁଆଡୁ ଆସିଲା, କିଏ ଫିଙ୍ଗିଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସ୍ଥିତ ଶାସନସାହି ନିକଟ ଡ୍ରେନ ଠାରେ । ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ନିହାତି ଆବଶ୍ୟକ ଆଧାର କାର୍ଡ ଥିବାବେଳେ ଏତେ ପରିମାଣ ଆଧାର କାର୍ଡ କିଏ ଏଠାରେ ଫିଙ୍ଗିଲେ ତାକୁ ସ୍ଥାନୀୟ ଲୋକେ ଚିନ୍ତାରେ ।
ତେବେ ଫିଙ୍ଗା ଯାଇଥିବା ଆଧାର କାର୍ଡ ସ୍ଥାନ ଠାରୁ ମାତ୍ର 100 ମିଟର ଦୂରରେ ରହିଛି ପାଟପୁର ପୋଷ୍ଟ ଅଫିସ । ଏହି କାର୍ଡ ଗୁଡିକ ସେଠାକାର ନୁହେଁ ତ ବୋଲି ସନ୍ଦେହ ଉପୁଜିଛି । ସରକାରଙ୍କ ପକ୍ଷରୁ ବଣ୍ଟନ ଉଦେଶ୍ୟରେ ଆସିଥିବା ଆଧାର କାର୍ଡ ଗୁଡିକ ନୁଁହେ ତ, ଯାହାକୁ ପୋଷ୍ଟ ଅଫିସ କର୍ତ୍ତୃପକ୍ଷ ଏଠି ଫୋପାଡ଼ି ଦେଇ ନାହାଁନ୍ତି ତ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...