|
logo
Live
Argus News App
GET APP

Argus News - ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ  

Odisha

ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ  

ବ୍ରହ୍ମପୁର:  ବିଜେଡିକୁ ଶକ୍ତ ଝଟକା । ଯେଉଁ ଗାଁ ନିର୍ବାଚନ ମଣ୍ଡଳୀର ବିଜେଡିର ଗଡ଼ ବୋଲି କୁହାଯାଉଥିଲା । ସେହି ଗାଁରେ ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ । ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ବରେ କୋଟିଲିଙ୍ଗି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ । ପ୍ରଥମେ କୋଟିଲିଙ୍ଗି ପଞ୍ଚାୟତ ଛକରୁ ଏକ ବିଶାଳ ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଏହି ଶୋଭଯାତ୍ରାରେ ହଜାର ହଜାର କର୍ମୀ ମାନେ ସାମିଲ ହୋଇ ଗାଁ ପରିକ୍ରମା କରିଥିଲେ। ପରେ କୋଟିଲିଙ୍ଗି ପଞ୍ଚାୟତ ସମେତ ଆଖପାଖ ଗାଁର ପ୍ରାୟ ୧୫୦ରୁ ଅଧିକ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ମିଶିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ଚିକିଟି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ଓ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ   | Argus News