Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବର୍ଷା ଦାଉରୁ ବିଲରେ ସଢୁଛି ଶହ ଶହ କୋବି

Odisha

ବର୍ଷା ଦାଉରୁ ବିଲରେ ସଢୁଛି ଶହ ଶହ କୋବି

Arpita Mohanty
Browse all articles by Arpita Mohanty
·2 years ago·2 min read
ବର୍ଷା ଦାଉରୁ ବିଲରେ ସଢୁଛି ଶହ ଶହ କୋବି

ଅର୍ଗସ ବ୍ୟୁରୋ : କୋବି ଚାଷ କରି କାନ୍ଦୁଛି ଚାଷୀ । ଏକର ଏକର ଜମିରେ ହେଉଛି କୋବି ଚାଷ କିନ୍ତୁ ଶୀତଳ ଭଣ୍ଡାର ନଥିବାରୁ ସଂରକ୍ଷଣ କରିହେଉନି ଯାହାଫଳରେ ଅଦିନିଆ ବର୍ଷା ଦାଉରୁ ବିଲରେ ସଢୁଛି ଶହ ଶହ କୋବି । ସୁରକ୍ଷା ଦେବାରେ ନାକେଦମ ହେଉଛି ଚାଷୀ । ନୟାଗଡ ଜ଼ିଲ୍ଲା ରଣପୁର ଅଂଚଳରେ ଅଭାବୀ ବିକ୍ରିର ଶିକାର ହୋଇ କ୍ଷତି ସହୁଛି ଚାଷୀ । ରଣପୁରଟି ପାହାଡିଆ ଅଂଚଳ ହୋଇଥିବା ବେଳେ ଅଧିକାଂଶ ଲୋକେ କୃଷି କାର୍ଯ୍ୟଉପରେ ନିର୍ଭର କରିଥାନ୍ତି । ଏଠାରେ ଜଳ ସେଚନ ପାଇଁ ସୁବିଧା ନଥିବା ବେଳେ ବର୍ଷା ଉପରେ ନିର୍ଭର କରି ଚାଷ କରିଥାନ୍ତି ଚାଷୀ । ଧାରକରଜ କରି ଚାଷୀ ଚାଷ କରିଥିବା ବେଳେ ଉତ୍ପାଦିତ ମୂଲ୍ୟର ଉଚିତ ମୂଲ୍ୟ ନପାଇବାରୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ ।

ରାଜ୍ୟସରକାର ଚାଷୀଙ୍କର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚାଷୀର ଆର୍ଥିକ ମେରୁଦଣ୍ଡ ଦିନକୁ ଦିନ ଦୁର୍ବଳ ହୋଇପଡୁଛି ।ଏପରି କି ଚାଷପାଇଁ ଖର୍ଚ୍ଚ ହୋଇଥିବା ମୂଳଧନ ବି ମିଳୁ ନଥିବା ବେଳେ ୨୩ ବର୍ଷର ସ୍ଥିର ସରକାରରେ ଚାଷୀର ବିକାଶ ହେବା ପରିବର୍ତ୍ତେ ବିନାଶ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ଚାଷୀଙ୍କ ସମସ୍ୟା ପ୍ରତି ଆଖି ବୁଜିଦେଇଛି ରଣପୁର ଉଦ୍ୟାନ କୃଷି ବିଭାଗ । କୃଷି ଅଧିକାରୀ କେବେ ଚାଷୀଙ୍କ ପାଖରେ ପହଞ୍ଚୁନଥିବା ବେଳେ ଅଧିକାଂଶ ସମୟରେ କୃଷି ଅଧିକାରୀ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସ୍ଥାନୀୟ ଅଂଚଳରେ ପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଦାବିକୁ ଦୀର୍ଘ ବର୍ଷ ବିତିଥିଲେ ବି ପୂରଣ ହୋଇପାରିନାହଁ l ରଣପୁରର ବିକାଶର କଥା କହୁଥିବା ସ୍ଥାନୀୟ ବିଧାୟକ ହୁଅନ୍ତୁ କିମ୍ବା ସ୍ଥାନୀୟ ପ୍ରଶାସନ ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ କେବେ ଚାଷୀଙ୍କ ସମସ୍ୟାର ସମାଧାନ ହେଉଛି ତାକୁ ହିଁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର


 

Argus Whatsapp Channel Mobile Top
Sponsored
cabbages | Argus News