Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟର ମଦନୀତିକୁ ଧର୍ମେନ୍ଦ୍ରଙ୍କ ନିଶାନା

Odisha

ରାଜ୍ୟର ମଦନୀତିକୁ ଧର୍ମେନ୍ଦ୍ରଙ୍କ ନିଶାନା

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଜ୍ୟର ମଦନୀତିକୁ ଧର୍ମେନ୍ଦ୍ରଙ୍କ ନିଶାନା

ଭୁବନେଶ୍ୱର:  ମଦ କାରଖାନା ରେଡରେ ଶହ ଶହ କୋଟି ଟଙ୍କା ଜବତ ହେଲା। ଆଉ ସପ୍ତାହେ ପରେ ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତ କଂଗ୍ରେସ ସାଂସଦ ଧୀରଜ ସାହୁ। ତେବେ ଧୀରଜଙ୍କ ବୟାନକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କହିଛନ୍ତି ଓଡ଼ିଶା ସମେତ କିଛି ରାଜ୍ୟର ମଦ ନୀତିକୁ ଚଳାଉଥିଲେ ଧୀରଜ। ଓଡ଼ିଶାର ମଦ ନୀତିକୁ କଡ଼ା ସମାଲୋଚନା କରି ଧର୍ମେନ୍ଦ୍ର ବିଜେଡି ସରକାରଙ୍କୁ କାଠ ଗଡ଼ାରେ ଛିଡ଼ା କରିଛନ୍ତି। କହିଛନ୍ତି ଯେଉଁମାନେ ଟଙ୍କାର ଲାଭାର୍ଥୀ ସେମାନଙ୍କୁ ଉତ୍ତର ଦେବାକୁ ହିଁ ପଡ଼ିବ।  

ଆଇଟି ରେଡର ଗୋଟିଏ ସପ୍ତାହ ପରେ ମୁହଁ ଖୋଲିଲେ ଧୀରଜ ସାହୁ। ଜବତ ଟଙ୍କା ମଦ ବ୍ୟବସାୟରୁ ବୋଲି ସଫେଇ ଦେଇ ଅଡୁଆରେ ଧୀରଜ।  ଓଡିଶା ସମେତ କିଛି ରାଜ୍ୟର ମଦନୀତିକୁ ଧୀରଜ ହିଁ ଚଳାଉଥିଲେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ...ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି ପରି  ଧୀରଜ ବୟାନ ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। ତେବେ ଟଙ୍କା କାହାର ଓ ଏହାର ଲାଭାର୍ଥି ମାନେ କାହିଁକି ଚୁପ ବୁଲ ପ୍ରଶ୍ନ  କରିଛନ୍ତି କେନ୍ଦ୍ର ମନ୍ତ୍ରୀ।  ଜବତ ଟଙ୍କା ତାଙ୍କ ପରିବାରର ମଦ ବ୍ୟବସାୟର ଟଙ୍କା ବୋଲି  କହିଥିଲେ ଧୀରଜ ସାହୁ।  ତେବେ ଆରବିଆର ଗାଇଡଲାଇନ ଅନୁସାରେ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ 25 ଲକ୍ଷ ଅଧିକ ନଗଦ ଟଙ୍କା ପାଖରେ ରଖିପାରିବନି ।  ଏ କ୍ଷେତ୍ରରେ ଧୀରଜ 350 କୋଟି କେମିତି ପାଖରେ ରଖିଥିଲେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅବକାରୀ କମିଶନର।  ଏପଟେ ଦୀତୀୟ ଦିନରେ ବୌଦ୍ଦ ଡିଷ୍ଟିଲେରୀ ଲିଙ୍କରେ ଢେଙ୍କାନାଳର ସୋଗର ବିୟର ଫ୍ୟାକଟ୍ରିରେ ଦୀତୀୟ ଦିନ ପାଇଁ ଚାଲିଛି ଆଇଟି ରେଡ। 

ଅଧିକ ପଢନ୍ତୁ ଓଡ଼ିଶା ଖବର
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of crores of rupees were seized in the liquor factory raid. And weeks later, the main accused, Congress MP Dheeraj Sahu, opened his mouth | Argus News