Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଗବାରେଣୀ ଛକ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲିଫିସ୍ ବୁଲୁଛନ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିଗବାରେଣୀ ଛକ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲିଫିସ୍ ବୁଲୁଛନ୍ତି

ଅର୍ଗସ ବ୍ୟୁରୋ:  ଆଜି ପୁରୀ ବେଳାଭୂମିରେ ଶହଶହ ସଂଖ୍ୟାରେ ଜେଲିଫିସ୍ ଦେଖିବାକୁ ମିଳିଛି । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଏହି ଜେଲିଫିସ୍ ସବୁ ଦେଖିବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ ଏହି ଜେଲିଫିସ୍ ସଂସ୍ପର୍ଶରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ଜଣାପଡିଛି। ଗତ 2022 ଜୁନ୍ ମାସରେ ପୁରୀ ବେଳାଭୂମିରେ ଜେଲିଫିସ୍ ସଂସ୍ପର୍ଶରେ ଆସି ଅନେକ ପର୍ଯ୍ୟଟକ ଘରୋଇ ଏବଂ ବେସରକାରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ପୁରୀ ବେଳାଭୂମିରେ ଜେଲିଫିସ୍ ପ୍ରାୟ ଦେଖିବାକୁ ମିଳିନଥାଏ। କିନ୍ତୁ ଆଜି ଶହଶହ ସଂଖ୍ୟାରେ ଜେଲିଫିସ୍ ବେଳାଭୂମିରେ ପଡିଥିବା ଦେଖିବାକୁ ମିଳିଛି।

ବେଳାଭୂମିକୁ ଲକ୍ଷଲକ୍ଷ ପର୍ଯ୍ୟଟକ ସ୍ନାନ କରିବାକୁ ଆସୁଥିବା ବେଳେ ଜେଲିଫିସ୍ ର ଲାଳ ସେମାନଙ୍କ ଦେହରେ ବାଜିଲେ କିମ୍ବା ପର୍ଯ୍ୟଟକ ମାନେ ଏହା ସଂସ୍ପର୍ଶରେ ଆସିଲେ ଦେହହାତ କୁଣ୍ଡାଇ ନାଲି ପଡିଯାଏ। ତେବେ ଜେଲିଫିସ୍ ଆତଙ୍କରୁ ପର୍ଯ୍ୟଟକ ମାନେ କିଭଳି ବର୍ତ୍ତିବେ ଓ କିଭଳି ସେମାନେ ସୁରକ୍ଷିତ ସ୍ନାନ କରିବେ ସେନେଇ ପ୍ରଶାସନ ତତ୍ପର ହେବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of jellyfish are roaming on the beach of digabareni Street | Argus News