Puri Temple / ମାଡ଼ିଆସୁଛି କି ମହାବିପତ୍ତି! ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ
·4 months ago·1 min read

Key Points
ମାଡି ଆସୁଛି କି ମହାବିପଦ? ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ? ଧ୍ୱଂସ ହୋଇଯିବ କି ପୃଥିବୀ ?? ଏଭଳି କିଛି ଚର୍ଚ୍ଚା ଏବେ ଜୋର୍ ଧରିଛି।
ମାଡି ଆସୁଛି କି ମହାବିପଦ? ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ? ଧ୍ୱଂସ ହୋଇଯିବ କି ପୃଥିବୀ ?? ଏଭଳି କିଛି ଚର୍ଚ୍ଚା ଏବେ ଜୋର୍ ଧରିଛି। ଗତ କିଛଦିନ ହେବ ବାରମ୍ବାର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ବସିବ। ନୀଳଚକ୍ରରେ ସଂଯୋଗ ହୋଇଥିବା ମାଳମାଳ ମାନସିକ ବାନା ଛିଣ୍ଡିଯିବା ପରେ ଆଜି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ସଂଖ୍ୟାରେ ଚିଲ ଉଡିବା ନଜରକୁ ଆସିଛି। ଶ୍ରୀମନ୍ଦିର ଉପରେ ଶହ ଶହ ଚିଲ ଉଡ଼ିଛନ୍ତି। ଗତ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତ କିଛିଦିନ ହେବ ବାରମ୍ବାର ଏଭଳି ଅଘଟଣ ଘଟିବାରେ ଲାଗିଛି। ନିକଟ ଅତୀତରେ ପତିତପାବନ ବାନା ଉପରେ ଚିଲ ବସିଥିଲା।
ମାନସିକ ବାନାର ମାଳ ମଧ୍ୟ ଛିଣ୍ଡି ଯାଇଥିଲା। ଗତକାଲି ପ୍ରାୟ ୧୦ ମିନିଟ ଧରି ଚିଲମାନେ ଉଡ଼ିଥିଲେ। ଏଭଳି କାହିଁକି ନିୟମିତ ଘଟୁଛି ତାହାକୁ ନେଇ ଅନେକ ଚର୍ଚ୍ଚା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଅନେକ ଏହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି। ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ଉପରେ ଘଟୁଥିବାରୁ ନାନା ଆଶଙ୍କା ଲାଗି ରହିଛି। ତେବେ ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବାର ନଜିର୍ ଥିବାବେଳେ ଏତେ ସଂଖ୍ୟାରେ ଚିଲ ଉଡୁଥିବା ବୋଧହୁଏ ପ୍ରଥମଥର ପାଇଁ ଦେଖାଯାଇଛି। ତେଣୁ କେହିକେହି ଏହା ଅଶୁଭର ସଙ୍କେତ ବୋଲି ବିବେଚନା କରୁଥିବା ବେଳେ କେହିକେହି ଏହାକୁ ଚିରାଚରିତ ଘଟଣା ବୋଲି କହୁଛନ୍ତି।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories