|
logo
Live

Argus News - ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି

Odisha

Temple Incident / ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି

Ritu Das
Browse all articles by Ritu Das
·3 weeks ago·2 min read
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି
India

Key Points

ବଡ଼ଦେଉଳ ନୀଳଚକ୍ରରୁ ଛିଡ଼ିଲା ମାନସିକ ଧ୍ୱଜା । ଏପରି ଦୃଶ୍ୟ ଶ୍ରଦ୍ଧାଳୁ ଓ ସେବକଙ୍କୁ ମାନସିକ ଆଘାତ ଦେଇଛି ।
ବଡ଼ଦେଉଳ ନୀଳଚକ୍ରରୁ ଛିଡ଼ିଲା ମାନସିକ ଧ୍ୱଜା । ଏପରି ଦୃଶ୍ୟ ଶ୍ରଦ୍ଧାଳୁ ଓ ସେବକଙ୍କୁ ମାନସିକ ଆଘାତ ଦେଇଛି । ଚୁନରା ସେବକମାନେ ନୀଳଚକ୍ରରେ ମାନସିକ ବାନା ବନ୍ଧୁଥିବା ବେଳେ ଏହି ଘଟଣା ଘଟିଥିଲା । ନୀଳଚକ୍ରରୁ ଅଁଳା ବେଢ଼ା ଯାଏ ପ୍ରତ୍ୟେକ ଦିନ ମାନସିକ ବାନା ବନ୍ଧା ଯାଇଥାଏ । ନୀଳଚକ୍ରରୁ ଅଁଳା ବେଢ଼ା ପର୍ଯ୍ୟନ୍ତ ୧୪ଫୁଟିଆ ସମସ୍ତ ମାନସିକ ବାନାକୁ ତଳକୁ ତଳ ଗୁନ୍ଥି ବାନ୍ଧି ଦିଆଯାଏ । ବାକି ଛୋଟ ବାନାଗୁଡ଼ିକ ବଣ୍ଡଲ କରି ନୀଳଚକ୍ରରେ ବାନ୍ଧି ଦିଆଯାଏ । ବୁଧବାର ଅପରାହ୍ନରେ ଗୁନ୍ଥା ଯାଇଥିବା ଏହି ୧୪ଫୁଟିଆ ମାନସିକ ବାନା ବନ୍ଧା ଯାଉଥିବା ବେଳେ ହଠାତ୍ ମଝିରୁ ଛିଣ୍ଡି ଯାଇଥିଲା । ପରେ ଚୁନରା ସେବାୟତମାନେ ଛିଣ୍ଡି ଯାଇଥିବା ଡୋରକୁ ଯୋଡ଼ି ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ । ଯାହାକୁ ନେଇ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି ।

ପ୍ରତ୍ୟେକ ଦିନ ବାନା ବନ୍ଧା ଦେଖିବାକୁ ଶ୍ରୀମନ୍ଦିର ଚାରିପାଖରେ ହଜାର ହଜାର ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି । ଏହା ପ୍ରତ୍ୟେକ ଦିନ ଭିଡ଼ର କାରଣ ହୋଇଥାଏ । ବୁଧବାର ଅଘଟଣ ପରେ ଶ୍ରଦ୍ଧାଳୁଙ୍କ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଜୟ ଜଗନ୍ନାଥ ଧ୍ୱନିରେ ଚାରିପାଶ୍ୱର୍ କମ୍ପି ଉଠିଥିଲା । ଅନେକ ତ୍ରାହି ତ୍ରାହି... ମଧ୍ୟ ଡାକିଥିଲେ ।

ଅଧିକ ପଢ଼ନ୍ତୁ: ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପଡ଼ିବନି ପତ୍ର ,ପାଣି ବୋତଲ, ଆସିବ SOP

ସୂଚନା ଥାଉକି, ଗତ ସପ୍ତାହକ ଭିତରେ ବଡ଼ଦେଉଳ ନୀଳଚକ୍ର ଅକ୍ଷୟ ଦଣ୍ଡ ଉପରେ ଦୁଇ ଥର ଚିଲ ବସିବା ନଜର ଆସିଥିଲା । ଏହି ଘଟଣା ପରେ ଇରାନ ସହ ଆମେରିକା ଓ ଇସ୍ରାଏଲ୍ର ଯୁଦ୍ଧ ହୋଇଥିଲା । ଯାହା ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଦେଖାଦେଇଛି । ଏହି ଯୁଦ୍ଧଜନିତ ଦରଦାମ୍ ବୃଦ୍ଧି ଏବେ ଭାରତ ସମେତ ସମଗ୍ର ବିଶ୍ୱବାସୀଙ୍କ ଉଦବେଗର କାରଣ ହୋଇଛି। ଏହି ଯୁଦ୍ଧ ବିଶ୍ୱଯୁଦ୍ଧରେ ପରିଣତ ହେବା ନେଇ ବିଭିନ୍ନ ଫୋରମ୍‌ ପୂର୍ବାନୁମାନ କରାଯାଉଥିବା ବେଳେ ଶ୍ରୀମନ୍ଦିରରୁ ଏହାର ସଙ୍କେତ ମିଳିଥିବା ଚର୍ଚ୍ଚା ହେଉଛି ।

ଶ୍ରୀମନ୍ଦିର ପୁରୋହିତ ବିଶ୍ୱଜିତ୍ ମହାପାତ୍ର କହିଛନ୍ତି, ବଡ଼ ବିପର୍ଯ୍ୟୟ ଆସିବା ପୂର୍ବରୁ ଆମ ମହାପ୍ରଭୁ କୌଣସି ଜରିଆରେ ଚେତାଇ ଦେଇଥାଆନ୍ତି । ଫୋନି ବାତ୍ୟା, କରୋନା ମହାମାରୀ, ଟାରିଫ୍ ବୃଦ୍ଧି ଭଳି ଘଟଣା ପୂର୍ବରୁ ଏହାର ସଙ୍କେତ ନୀଳଚକ୍ରରୁ ମିଳିଛି । ଧ୍ୱଜା ଛିଣ୍ଡିବା ଘଟଣାକୁ ହାଲୁକାରେ ନିଆଯାଇନପାରେ । ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କୁ ସମସ୍ତେ ପ୍ରାର୍ଥନା କରିବା । କେବଳ ସେ ହିଁ ସବୁ ବିପଦକୁ ଟାଳି ଦେବାରେ ସକ୍ଷମ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temple Incident: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି | Argus News