Videos
|
Odisha

Odisha News / ମିଥୁନଙ୍କ ଶେଷକୃତ୍ୟ ସ୍ଥଳରେ ଶହ ଶହ ହନୁ ମାଙ୍କଡ଼, ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ

Rashmita Mishra
Browse all articles by Rashmita Mishra
·18 mins ago·2 min read
ମିଥୁନଙ୍କ ଶେଷକୃତ୍ୟ ସ୍ଥଳରେ ଶହ ଶହ ହନୁ ମାଙ୍କଡ଼, ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ
Odisha News

Key Points

ମିଥୁନଙ୍କ ଶେଷକୃତ୍ୟ ସ୍ଥଳରେ ଶହ ଶହ ହନୁ ମାଙ୍କଡ଼
ଦୃଶ୍ୟ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ
ଦିବଂଗତ କଳାକାର ମିଥୁନଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ: ମଞ୍ଚରେ ହନୁମାନ ଭୂମିକାରେ ଅଭିନୟ କରୁଥିବା ବେଳେ ଅକାଳରେ ପ୍ରାଣ ହରାଇଥିବା କଳାକାର ମିଥୁନ ପ୍ରଧାନଙ୍କ ଶେଷକୃତ୍ୟ ସ୍ଥଳରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ତାଙ୍କ ଶେଷକୃତ୍ୟ ସ୍ଥଳ ନିକଟରେ ଶହ ଶହ ହନୁ ମାଙ୍କଡ଼ଙ୍କ ସମାଗମକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଦୃଶ୍ୟ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଘଟଣାଟି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର କଉଡ଼ିଆ ଗାଁର । ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିରେ ଗାଁରେ ଚାଲିଥିବା ‘ସତୀ ଲୁହରେ ଜଳୁଛି ଲଙ୍କା’ ନାଟକରେ ହନୁମାନ ବେଶରେ ଅଭିନୟ କରୁଥିଲେ ମିଥୁନ ପ୍ରଧାନ । ମଞ୍ଚ ଉପରେ ଅଭିନୟ କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଅଘଟଣରେ ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

ତେବେ ମିଥୁନଙ୍କ ଶେଷକୃତ୍ୟ ପରଠାରୁ ଗାଁ ମଶାଣି ନିକଟରେ ଶହ ଶହ ହନୁ ମାଙ୍କଡ଼ ରହୁଥିବା ଦେଖିବାକୁ ମିଳିଛି । ଏକାଠି ଏତେ ସଂଖ୍ୟକ ମାଙ୍କଡ଼ଙ୍କୁ ଦେଖି ଗ୍ରାମବାସୀଙ୍କ ମନରେ କୌତୂହଳ ସୃଷ୍ଟି ହୋଇଛି । ଏହି ଦୃଶ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

ଅନ୍ୟପଟେ ଦିବଂଗତ କଳାକାର ମିଥୁନଙ୍କ ସ୍ମୃତିରେ ଗ୍ରାମବାସୀଙ୍କ ପକ୍ଷରୁ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ରାଲି କରାଯାଇଥିଲା। ଏହି ରାଲିରେ ସାମିଲ ହୋଇ ଲୋକେ ମିଥୁନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେହିପରି ମିଥୁନଙ୍କ ପରିବାରକୁ ମୋଟ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଛି । ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର, ସରପଞ୍ଚଙ୍କ ପକ୍ଷରୁ ୨୦ ହଜାର ଏବଂ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ସଂଘ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଜଣେ କଳାକାରଙ୍କ ଏଭଳି ଅକାଳ ବିୟୋଗରେ ଅଞ୍ଚଳବାସୀ ମର୍ମାହତ ।

ଏଥି ସହ ପଢନ୍ତୁ: ମାଲିକଙ୍କ ଜୁଇ ପାଖରେ ବସି କାନ୍ଦୁଛି ଗାଈ, ଦେଖିଲେ ଆଖିରେ ଆସିଯାଉଛି ଲୁହ


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: