Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ

Manini Pattanayak
Browse all articles by Manini Pattanayak
·1 year ago
ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର:  ଦୁର୍ବଳ ହେବାରେ ଲାଗିଛି ବିଜେଡି । ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ । ପ୍ରସିଦ୍ଧ ଦେବୀ ପୀଠ ମାଆ ସିଂହସନୀଙ୍କ ମନ୍ଦିରରେ ଆୟୋଜିତ ବିରାଟ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ସମସ୍ତେ ମିଶି କିପରି ଏହି ଅଞ୍ଚଳର ବିକାଶ ହୋଇପାରିବ ଏଥିପାଇଁ ସହଯୋଗ ଲୋଡିଥିଲେ ମନ୍ତ୍ରୀ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of leaders and workers left BJD in the congregation and joined BJP | Argus News