Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜବରଦଖଲ ଉଚ୍ଛେଦ ନାଁରେ ଘର ଭାଙ୍ଗିଲେ ଶତାଧିକ ଲୋକେ  

Odisha

ଜବରଦଖଲ ଉଚ୍ଛେଦ ନାଁରେ ଘର ଭାଙ୍ଗିଲେ ଶତାଧିକ ଲୋକେ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଜବରଦଖଲ ଉଚ୍ଛେଦ ନାଁରେ ଘର ଭାଙ୍ଗିଲେ ଶତାଧିକ ଲୋକେ  

ନୟାଗଡ: ସୀମା ଟପିଲା କଙ୍ଗାରୁ କୋର୍ଟ । ଜବରଦଖଲ ଉଚ୍ଛେଦ ନାଁରେ କଙ୍ଗାରୁ କୋର୍ଟ କରି ଗ୍ରାମବାସୀ ଆଇନକୁ ହାତକୁ ନେଇଥିବା ଅଭିଯୋଗ ହୋଇଛି l ଜୋରଜବରଦସ୍ତ ଘର ଭାଙ୍ଗିବାର ଭିଡ଼ିଓ ଏବେ ଭାଇରାଲ ହୋଇଛି l ନୟାଗଡ଼ ଜିଲ୍ଲା ସଦର ଥାନା ଦେଉଳୀ ଗାଁରେ ଜବରଦଖଲ ଉଚ୍ଛେଦକୁ ନେଇ ପ୍ରବଳ ଉତ୍ତେଜନା ଦେଖାଯାଇଛି l ଏହି ଗାଁରେ ଭାସ୍କର ସାହୁ ଗାଁ କୋଠ ଜମିକୁ ଅକ୍ତିଆର କରି ଏକ ଆଇସକ୍ରିମ ଫ୍ୟାକ୍ଟ୍ରି କରିଥିଲେ l ଏହି ସ୍ଥାନରୁ ଫ୍ୟାକ୍ଟ୍ରି ହଟାଇବା ପାଇଁ ଗ୍ରାମବାସୀ ବାରମ୍ବାର କହିଥିଲେ l କଥାକୁ ଭୃକ୍ଷେପ କରୁନଥିବା କାରଣରୁ ଗ୍ରାମବାସୀ ଭାସ୍କରଙ୍କ କାରଖାନାକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି l

ଏପଟେ ଭାସ୍କର କହିଛନ୍ତି ତାଙ୍କ ଝିଅର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା l ଏ ନେଇ ସେ ସଦର ଥାନାରେ ଅଭିଯୋଗ କରିବାରୁ, କାହିଁକି ଥାନାକୁ ଗଲ କହି ଗ୍ରାମବାସୀମାନେ ତାଙ୍କୁ ବିରୋଧ କରିଥିଲେ l ସେବେ ଠାରୁ ତିକ୍ତତା ଲାଗି ରହିଛି l ଏବେ ବିଭିନ୍ନ ଆସବାପତ୍ର ଭାଙ୍ଗିବା ସହ ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଏପରିକି ଘର ଉପରକୁ ଟେକା ପଥର ମାଡ଼ କରାଯାଇଛି l ଅଳ୍ପକେ ବର୍ତ୍ତୀ ଯାଇଥିବା କହିଛନ୍ତି ପରିବାର ଲୋକେ l ଗ୍ରାମବାସୀମାନେ ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଏନେଇ ଭାସ୍କର ନୟାଗଡ଼ ସଦର ଥାନାରେ ଲିଖତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ନୟାଗଡ଼ ଏସପିଙ୍କୁ ସାକ୍ଷାତ କରିଛନ୍ତି l ଆପୋଷ ବୁଝାମଣା ପାଇଁ ସଦରଥାନା ପୋଲିସ ଉଦ୍ୟମ ଜାରି ରଖିଛି l

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of people broke the house in the name of forced eviction | Argus News