Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପେଟ ପାଇଁ ବାହାର ରାଜ୍ୟକୁ ପ୍ରତିଦିନ ଯାଉଛନ୍ତି ଶହ ଶହ ଦାଦନ

Manini Pattanayak
Browse all articles by Manini Pattanayak
·2 years ago·2 min read
ପେଟ ପାଇଁ ବାହାର ରାଜ୍ୟକୁ ପ୍ରତିଦିନ ଯାଉଛନ୍ତି ଶହ ଶହ ଦାଦନ

ଭୁବନେଶ୍ୱର: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା। ନିଜ ଅଞ୍ଚଳରେ କାମ ନଥିବାରୁ ପେଟ ପାଇଁ ପ୍ରତିଦିନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶହ ଶହ ଓଡ଼ିଆ। ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାଉଛନ୍ତି କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରିର ଯୁବକ। କର୍ମ ଓ ରୋଜଗାର ଅଭାବରୁ ମାଲକାନଗିରି ବଣ୍ଡା ଘାଟିର ଶହ ଶହ ଯୁବକ ଯୁବତୀ ମଧ୍ୟ ଏବେ ପଡ଼ୋଶୀ ରାଜ୍ୟ ମୁହାଁ। 

୨୫ ବର୍ଷର ସରକାର ହେଲେ ଲୋକଙ୍କୁ କିଛି ଦେଇନାହିଁ । ଏକଥା ଆମେ କହୁନୁ । କହୁଛନ୍ତି ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଏ ବୟସ୍କ ବ୍ୟକ୍ତି ଜଣଙ୍କ । 326 ନମ୍ବର ଜାତୀୟ ରାଜପଥ ଯାହା ଉପାନ୍ତ ମାଲକାନଗିରି ଜିଲ୍ଲା ଦେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ସଂଯୋଗ ହୋଇଛି । ରାଜପଥ ଖୋଲିବା ପରେ ମାଲକାନଗିରି ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି ସତ । କିନ୍ତୁ ଏହି ରାଜପଥ ଏବେ ଓଡ଼ିଶା ପାଇଁ ଏକ ଅଘୋଷିତ ବିପଦ ସୃଷ୍ଟି ହେବାକୁ ଯାଉଛି । କାରଣ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଉଥିବା ବସ୍‌ ଗୁଡ଼ିକରେ ପ୍ରତିଦିନ ଦାଦନ ଖଟିବାକୁ ଯାଉଛନ୍ତି ଯୁବକମାନେ । କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ପ୍ରତିଦିନ ପ୍ରାୟ ୧୫ରୁ ୨୦ ଜଣ ଯୁବକ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ଯାଉଛନ୍ତି । 

ନୂଆ ଓ କାର୍ଯ୍ୟକ୍ରମ ଆରମ୍ଭ କରି ରାଜ୍ୟ ସରକାର ବର୍ଷକୁ 1 ଲକ୍ଷ ଶିକ୍ଷିତ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ ଘୋଷଣା ପରେ ସତେ ଯେମିତି ଏହି ଯୋଜନା ନାଲି ଫିତା ତଳେ ଚାପି ହୋଇରହିଯାଇଛି । ଯେଉଁଥିପାଇଁ ଏବେ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ କାମ ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି । ସେଇଭଳି କର୍ମ ଓ ରୋଜଗାର ଅଭାବରୁ ମାଲକାନଗିରି ବଣ୍ଡା ଘାଟିର ଶହ ଶହ ଯୁବକ ଯୁବତୀ ମଧ୍ୟ ଏବେ ପଡ଼ୋଶୀ ରାଜ୍ୟ ମୁହାଁ । ନାବାଳିକା ଓ ନାବାଳକ ବି ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡିବାର ନଜିର ରହିଛି ।  ଇଏ ତ ଭାତହାଣ୍ଡିରୁ କେତୋଟି। ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ଏମିତି ମାଳ ମାଳ କାହାଣୀ । ଏହାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Sponsored
Odisha's Hundreds of people go to out of state every day for food | Argus News