Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତିବର୍ଷ ଚୋରା ଚାଲାଣ ହେଉଛି ଶହ ଶହ କ୍ବିଣ୍ଟାଲ୍ ଗଞ୍ଜେଇ

Manini Pattanayak
Browse all articles by Manini Pattanayak
·1 year ago·2 min read
ପ୍ରତିବର୍ଷ ଚୋରା ଚାଲାଣ ହେଉଛି ଶହ ଶହ କ୍ବିଣ୍ଟାଲ୍ ଗଞ୍ଜେଇ

ଗଜପତି:  ଗଜପତି ଜିଲ୍ଲାରେ ବେଧଡ଼କ ଗଞ୍ଜେଇ ଚାଷ।  ଅପରେସନ୍ ଗ୍ରୀନ୍ କ୍ଲିନ୍ ସତ୍ତ୍ବେ ଥମୁନାହିଁ ଗଞ୍ଜେଇ ଚାଷ।  ପ୍ରତିବର୍ଷ ଚୋରା ଚାଲାଣ ହେଉଛି ଶହ ଶହ କ୍ବିଣ୍ଟାଲ୍ ଗଞ୍ଜେଇ। ଗଜପତିରୁ ବ୍ରହ୍ମପୁର, ଫୁଲବାଣୀ ଦେଇ ବିଭିନ୍ନ ରାଜ୍ୟ ଓ ଦେଶ ବାହାରକୁ ଲମ୍ବିଛି ଗଞ୍ଜେଇ ଚାଲାଣ ନେଟୱାର୍କ । ଗଜପତି ଜିଲ୍ଲା ସାରା ଗଞ୍ଜେଇ ପସରା । ମୋହନା, ରା.ଉଦୟଗିରି ଓ ଅଡବା । ଯେଉଁ ଅଞ୍ଚଳକୁ ଗଲେ ଅବାଧରେ ଏକର ଏକର ଜମିରେ ଚାଲିଛି ସବୁଜ ଜହର ଚାଷ । ଅପରେସନ୍ ଗ୍ରୀନ୍ କ୍ଲିନରେ ପୋଲିସ୍ ଚଢାଉ କରି କୋଟି କୋଟି ଟଙ୍କାର ଗଛ କାଟି ପୋଡି ନଷ୍ଟ କରୁଛି। ତଥାପି ମାନୁନାହାନ୍ତି ଗଞ୍ଜେଇ ମାଫିଆ। ବେଧଡ଼କ ଗଞ୍ଜେଇ ଚାଷ କରୁଥିବାବେଳେ ପ୍ରତ୍ୟେକ ଦିନ ହଜାର ହଜାର କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି ।  ଗଜପତିରୁ ବ୍ରହ୍ମପୁର, ଫୁଲବାଣୀ ଦେଇ ରାଜ୍ୟ ତଥା ରାଜ୍ୟ ବାହାର ଓ ଦେଶ ବାହାରକୁ ଲମ୍ବିଛି ଗଞ୍ଜେଇ ନେଟୱାର୍କ ।    

ଗତ 5 ବର୍ଷରେ ଗଜପତି ଜିଲ୍ଲାରୁ ପାଖାପାଖି 70 ଟନ୍ ଅର୍ଥାତ୍ ୬୯ ହଜାର ୪୭୩ କେଜି ଚୋରା ଚାଲାଣ ବେଳେ ଜବତ ହୋଇଛି । ୨୦୧୯ ମସିହାରେ ୩୩୧୮ କେଜି, ୨୦୨୦ ମସିହାରେ ୧୩୯୯୩ କେଜି, ୨୦୨୧ ମସିହାରେ ୧୬୨୩୮ କେଜି, ୨୦୨୨ ମସିହାରେ ୧୨୪୩୬ କେଜି ଏବଂ ୨୦୨୩ ମସିହାରେ ୨୩୪୮୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।  ସେହିପରି ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ମୋଟ ୧୦୦୩ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରି ପୋଡ଼ି ଦେଇଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷରେ ଆଦିବାସୀମାନେ ଲିପ୍ତ ରହୁଛନ୍ତି ।.. ଏଥିପାଇଁ ସେମାନଙ୍କୁ ପ୍ରଶାସନ ଓ ପୋଲିସ୍ ପକ୍ଷରୁ ସଚେତନ କରାଯାଉଛି ।  ବିଜେଡି ସରକାରବେଳେ ରାଜ୍ୟରେ ମଦ, ଗଞ୍ଜେଇକୁ ମିଳୁଥିଲା ପ୍ରୋତ୍ସାହନ । ସେଥିପାଇଁ ବଢିଛି ନିଶା କାରବାର । ଏବେ ଆକ୍ସନ୍ ମୋଡ଼ରେ ମୋହନ ସରକାର । ମଦ ବନ୍ଦ ପାଇଁ ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ଆଗାମୀ ଦିନରେ ଗଞ୍ଜେଇ ଉପରେ ବି ନିଆଯାଇପାରେ ପଦକ୍ଷେପ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds of quintals of marijuana are smuggled every year | Argus News